Site icon ଆଜିକାଲି

୨୧ ଅକ୍ଟୋବର ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ସାମାଜିକ କାମ କରିବେ । ଆଜି ଆପଣ ଜୀବନରେ ସଫଳତା ପାଇପାରନ୍ତି । କାମରୁ ଲାଭ ମିଳିପାରେ । ପରିବାରରେ ଭଲପାଇବା ମିଳିବ । ଦିନଟି ବହୁତ ହିଁ ଭଲ ରହିବ । କୌଣସି କାର୍ଯ୍ୟ ପାଇଁ ଅନ୍ୟ ଲୋକଙ୍କର ସାହାଯ୍ୟ ମିଳିବ । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଠିକ୍‌ ଠାକ୍‌ ରହିବ ।

ବୃଷ: ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଲାଭଦାୟକ ହେବ । କଷ୍ଟ ଦୂର ହେବ । କୌଣସି କାମ ପାଇଁ ଚିନ୍ତିତ ରହିବେ, ହେଲେ ସମୟ ମଧ୍ୟରେ ସବୁ ଠିକ୍‌ ହୋଇଯିବ । ମହିଳାଙ୍କ ପାଇଁ ଦିନଟି ବହୁତ ଭଲ । ଅର୍ଥ ସମସ୍ୟା ଦୂର ହୋଇପାରେ । ଭବିଷ୍ୟତ ପାଇଁ ଚିନ୍ତିତ ରହିବେ, ହେଲେ ଦିନଟି ଭଲ ରହିବ ।

ମିଥୁନ: ପିଲାଙ୍କ ସହ ସମୟ କାଟିବେ । ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ । କିଛି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ରହିବ । ଛାତ୍ରଛାତ୍ରୀଙ୍କ ମନ ପାଠପଢାରେ ଲାଗିରହିବ । ଅଫିସ୍‌ରେ ଅଟକିଥିବା କାମ ପୂରା ହେବ । ଚାକିରି ମିଳିବାର ସମ୍ଭାବନା ରହିଛି । ଆଜି ଦିନଟି ଭଲ ରହିବ ।

କର୍କଟ: ଘରେ ସମସ୍ତଙ୍କ ସହ ଭଲ ସମୟ କାଟିବେ । ଅଫିସ୍‌ରେ କାମ ଭଲ ଭାବେ କରିବେ । କାମ ପାଇଁ ବାହାରକୁ ଯାଇପାରନ୍ତି । କିଛି ଏଭଳି କାର୍ଯ୍ୟ କରିବେ, ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଭଲ ରହିବ । ଭାଗ୍ୟ ସାଥିରେ ରହିବ । ଅର୍ଥ ସମସ୍ୟା ଦୂର ହେବ । ଘରେ କଳହ ଥିଲେ ଦୂର ହେବ । ଆପଣ ଆଜି ଖୁସିରେ ରହିବେ ।

ସିଂହ: ବ୍ୟବସାୟରେ ଲାଭ ମିଳିପାରେ । ଆପଣଙ୍କ ଲକ୍ଷ୍ୟ ପୂରା ହୋଇପାରେ । କିଛି କାମରେ ବନ୍ଧୁ ସାହାଯ୍ୟ କରିବେ । ନିଜର କୌଣସି ପୁରୁଣା କାର୍ଯ୍ୟ ନିଜେ ପୂରା କରିବେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଠିକ୍‌ ଠାକ୍‌ ରହିବ । ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । କୌଣସି କାମରେ ଘର ଲୋକଙ୍କ ସାହାଯ୍ୟ ମିଳିବ । ଅଫିସ୍‌ରେ ସାଙ୍ଗଙ୍କ ସାହାଯ୍ୟ ମିଳିବ । କୌଣସି କାର୍ଯ୍ୟ କରିବା ସମୟରେ ସାବଧାନ ରହିବା ଉଚିତ ।

କନ୍ୟା: କଥାବାର୍ତ୍ତା ଠିକ୍‌ ରଖିଲେ ସବୁ ଠିକ୍‌ ହେବ । କିଛି ନୂଆ କାମ କରିପାରନ୍ତି । ସାଙ୍ଗସାଥୀଙ୍କ ସହଯୋଗ ମିଳିବ । ବ୍ୟବସାୟରେ ଲାଭ ମିଳିପାରେ । କୌଣସି କାର୍ଯ୍ୟରୁ ଲାଭ ମିଳିବ, ଯାହାଦ୍ୱାରା ଆର୍ଥକ ସ୍ଥିତି ଭଲ ରହିପାରେ। ଦିନଟି ବାହାରେ ବୁଲାବୁଲିରେ କଟିବ । ଛାତ୍ରଛାତ୍ରୀଙ୍କର ପଢାପଢିରେ ମନ ଲାଗିରହିବ ।

ତୁଳା: କିଛି ପୂର୍ବ କାମର ଫଳ ମିଳିବ । ଜୀବନର କୌଣସି ପୁରୁଣା କଥାକୁ ଛାଡି ଆଗକୁ ବଢିବେ । ଜୀବନସାଥୀଙ୍କ ସହ କଳହ ଦୂର ହେବ । ମାଆଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ । ଛାତ୍ରଛାତ୍ରୀଙ୍କ ପାଠପଢାରେ ମନ ଲାଗି ରହିବ । ଧନ ଲାଭ ହୋଇପାରେ । ନୂଆ କାମ କରିପାରନ୍ତି । ଦିନଟି ଠିକ୍‌ ଠାକ୍‌ ରହିବ ।

ବିଛା: ସାଙ୍ଗଙ୍କ ଭରସା ଜିତିବେ । ବ୍ୟବସାୟିକ କାର୍ଯ୍ୟ କରିପାରନ୍ତି । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଭଲ । ପରିବାର ଲୋକଙ୍କ ସହ ସମୟ କାଟିବେ । ଦିନଟି ବହୁତ ହିଁ ଭଲ ରହିବ । କିଛି ନୂଆ କାମ କରିପାରନ୍ତି । କୌଣସି ଲୋକ କିଛି କାମରେ ସାହାଯ୍ୟ କରିପାରନ୍ତି ।

ଧନୁ: ଅଟକିଥିବା କାମ ପୂରା ହେବ । ବିବାହ ପାଇଁ କଥା ଆଗକୁ ବଢିବ । କନ୍ୟାଙ୍କ ପାଇଁ ଦିନଟି ଭଲ । ଜମି କିଣିବା ପାଇଁ ଦିନଟି ଭଲ ରହିବ । ସ୍ୱାସ୍ଥ୍ୟ ଠିକ୍‌ ରହିବ । ଦିନଟି ଆପଣଙ୍କ ପାଇଁ ଶୁଭ ରହିବ । ଜୀବନରେ ଆଗକୁ ସଫଳତା ମିଳିପାରେ । ଶାନ୍ତି ମିଳିବ ।

ମକର: ପାର୍ଟନରଙ୍କ ସହ ଡେଟ୍‌କୁ ଯାଇପାରନ୍ତି । କୌଣସି କାମ ଯୋଗୁ ଲୋକମାନଙ୍କର ଭଲ ପାଇବା ମିଳିବ । ଅର୍ଥ ସମସ୍ୟା ଦୂର ହୋଇପାରେ । କିଛି କଥା ଯୋଗୁ ଚିନ୍ତିତ ରହିବେ । ସାଥୀଙ୍କ ସହ ଝଗଡା ଥିଲେ ଦୂର ହେବ । ଅଫିସ୍‌ରେ ଅଟକିଥିବା କାମ ପୂରା ହୋଇଯିବ । ଆପଣଙ୍କ ପାଇଁ ଦିନଟି ଅନୁକୂଳ ରହିବ । କିଛି କାମ ପୂରା ହେବ ।

କୁମ୍ଭ: ସାଙ୍ଗଙ୍କ ସହ ଭେଟ ହୋଇପାରେ, ଯାହାଦ୍ୱାରା ଭବିଷ୍ୟତରେ ଲାଭ ମିଳିବ । ନିଜ ଅଫିସ୍‌ କାମରେ ଧ୍ୟାନ ଦେବାକୁ ପଡିବ । ଲଭମେଣ୍ଟ୍‌ଙ୍କ ପାଇଁ ଦିନଟି ସୁଖମୟ ରହିବ । କିଛି ନୂଆ କାମ କରିବା ପାଇଁ ଚିନ୍ତା କରିବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି । ପୂଜା ପାଠରେ ମନ ଲାଗି ରହିବ । ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଆସିବ ।

ମୀନ: ମାନସିକ ସ୍ଥିତି ଠିକ୍‌ ରହିବ । ପ୍ରତିଯୋଗିତାରେ ଆଗକୁ ଯିବେ । ଭାଇ ଓ ଭଉଣୀଙ୍କ ସହ ବାହାରକୁ ଯାଇପାରନ୍ତି । ଅର୍ଥ ପାଇଁ ଅଳ୍ପ ଚିନ୍ତିତ ରହିପାରନ୍ତି । ଦିନଟି ଖୁସିରେ କଟିବ । ରାଜନୀତି କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ । ଛାଛ୍ରଛାତ୍ରୀମାନେ ପଢିବା ପାଇଁ ବାହରକୁ ଯାଇପାରନ୍ତି ।

Exit mobile version