Site icon ଆଜିକାଲି

୨୨ ଅକ୍ଟୋବର ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣ କୌଣସି କାର୍ଯ୍ୟକୁ କରିବା ପାଇଁ ତତ୍ପର ହୋଇଯିବେ। ଘରର ସମସ୍ତ ଦାୟିତ୍ବକୁ ଆପଣ ପୂରଣ କରିବେ। ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ବିଦ୍ୟାର୍ଥୀ ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଟଙ୍କାପଇସା ମାମଲାରେ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଚାକିରି କ୍ଷେତ୍ରରେ ଆପଣଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ସାମାଜିକ ଦୃଷ୍ଟିକୋଣରୁ ଆଜିର ଦିନଟି ସାମାନ୍ୟ ରୂପରେ ଅତିବାହିତ ହେବ। ବ୍ୟବସାୟିକ ମାମଲାରେ ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି।

ମିଥୁନ ରାଶି:-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ। ବିବାହିତ ଲୋକଙ୍କର ଗୃହସ୍ଥ ଜୀବନ ସୁଖମୟ ରହିବ। ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ଠାରୁ ସୁଖଦ ସମାଚାର ମିଳିପାରେ। ଆପଣଙ୍କର ସମସ୍ତ ସୁଖ ସୁବିଧାରେ ବୃଦ୍ଧି ହେବ।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କ ସାହସ ଓ ପରାକ୍ରମରେ ବୃଦ୍ଧି ହେବ। କାରବାର ମାମଲାରେ ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଜମିବାଡ଼ି ମାମଲାରେ ଆପଣଙ୍କୁ ସୁଫଳ ମିଳିବ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।

କନ୍ୟା ରାଶି :-ଆଜି ଆପଣଙ୍କୁ ମିଶ୍ରିତ ଫଳ ପ୍ରାପ୍ତି ହେବ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ଲାଭ ପ୍ରାପ୍ତ ହେବ। ବ୍ୟବସାୟରେ ଆପଣଙ୍କୁ ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟଶୈଳୀ ଦେଖି ପ୍ରସନ୍ନ ହେବେ। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କୁ ଘର ଖର୍ଚ୍ଚ ଉପରେ ଗୋଟେ ବଜେଟ ପ୍ରସ୍ତୁତ କରିବା ଆବଶ୍ୟକ। ପରିବାର ଲୋକଙ୍କର ସମସ୍ତ ଆବଶ୍ୟକତାକୁ ଆପଣ ପୂରଣ କରିବେ। ପାରିବାରିକ ସମ୍ପର୍କରେ ଚାଲିଥିବା ମତଭେଦ ଦୂର ହୋଇପାରେ। ଆପଣ ପୂର୍ବରୁ କରିଥିବା ଭୁଲ ଯୋଗୁଁ ପଶ୍ଚାତାପ କରି ପାରନ୍ତି।

ବିଛା ରାଶି :-ଆଜି ଆପଣଙ୍କୁ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ। ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ। ଘରର ଆର୍ଥିକ ପରିସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ରହିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣଙ୍କୁ ନିଜ ଅହଙ୍କାର ଓ ସ୍ୱାର୍ଥକି ତ୍ୟାଗ କରିବା ଆବଶ୍ୟକ, ନଚେତ ଜୀବନରେ ଆପଣ ବହୁତ ହଇରାଣ ହୋଇ ପାରନ୍ତି।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆଜି ଆପଣ ଜୀବନସାଥୀଙ୍କୁ ନେଇ ଚିନ୍ତିତ ରହିବେ। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। କଠିନ ପରିସ୍ଥିତି ସମୟରେ ଆପଣଙ୍କୁ ସାହସ ଓ ଧର୍ଯ୍ୟ ସହିତ କାର୍ଯ୍ୟ କରିବା ଉଚିତ। ଘରର ସବୁ ଦାୟିତ୍ବକୁ ଆପଣ ତୁଲାଇବେ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଧାର୍ମିକ କାର୍ଯ୍ୟ ପ୍ରତି ଆପଣଙ୍କର ରୁଚି ବଢିବ। ବ୍ୟବସାୟରେ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଯଦି ଆପଣ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ କୌଣସି ଅନୁଭବୀଙ୍କ ଠାରୁ ପରାମର୍ଶ ନିଅନ୍ତୁ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଆୟରେ ବୃଦ୍ଧି ହେବ। ଉଧାର ଦେଇଥିବା ଟଙ୍କା ଆପଣ ସଠିକ ସମୟରେ ଫେରସ୍ତ ପାଇବେ।

ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ପରିବାର ଲୋକ ବା ସମ୍ପର୍କୀୟଙ୍କ ସହିତ ଆବଶ୍ୟକ ଥିବା କଥା ସେୟାର କରନ୍ତୁ। ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।

Exit mobile version