Site icon ଆଜିକାଲି

୧୬ ସେପ୍ଟେମ୍ବର ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ଆଜି ଭାଗ୍ୟ ସାଥ୍‌ ଦେବ। ନିଜ ବ୍ୟବହାର ଦ୍ୱାରା ଅନ୍ୟମାନଙ୍କୁ ଆକର୍ଷିତ କରିବେ। ଚାକିରିର ଭଲ ଅଫର୍‌ ଆସିପାରେ।

ବୃଷ: ଦିନଟି ଭଲ। ଅନ୍ୟ ମାମଲାରେ ଦାଖଲ ଦିଅନ୍ତୁ ନାହିଁ। ଅନ୍ୟ ସହିତ କଥା ହେବା ବେଳେ ଠିକ୍‌ ଭାଷା ଉପଯୋଗ କରନ୍ତୁ।

ମିଥୁନ: ଆପଣଙ୍କ ଭଲ ବ୍ୟକ୍ତିତ୍ୱ ସମାଜରେ ଆପଣଙ୍କୁ ଅଲଗା ପରିଚୟ ଦେବାରେ ସାହାଯ୍ୟ କରିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।

କର୍କଟ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ। କାମ ଶୀଘ୍ର ସରିବ, ଯଦ୍ଦ୍ଵାରା ଆପଣଙ୍କୁ ଖୁସି ଲାଗିବ। ପୁରୁଣା ସାଙ୍ଗ ଭେଟ ହେବେ।

ସିଂହ: ଦିନଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ଚାକିରିରେ ପ୍ରମୋଶନ ହୋଇପାରେ। ଲଭ୍‌ମେଟଙ୍କ ମଧ୍ୟରେ ସମ୍ପର୍କ ମଧୁର ହେବ।

କନ୍ୟା: ମନକୁ ନୂଆ ନୂଆ ଭାବନା ଆସିବ। ଜୀବନସାଥୀଙ୍କ ସହଯୋଗରେ ଆଜି ଆପଣଙ୍କ କାମ ସଫଳ ହେବ। ଦୂର ଅତିଥି ଘରକୁ ଆସିବେ।

ତୁଳା: ଆଜି ଆପଣ ବହୁତ ସରଳତାର ସହ ଘରର କାମ ପୂରା କରିବେ। ନିଜ ଉପରେ ଭରସା ରଖନ୍ତୁ। ଆର୍ଥିକ ପକ୍ଷ ଦୃଢ଼ ହେବ।

ବିଛା: ଆଗକୁ ବଢ଼ିବା ପାଇଁ ଆଜିର ଦିନଟି ଭଲ। ଅନେକ ଦିନରୁ ଚାଲିଥିବା ବାଧା ଆଜି ଦୂର ହେବ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।

ଧନୁ: ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ, ଆଜିର ଦିନଟି ଭଲ। ସାଙ୍ଗମାନଙ୍କ ସହିତ ମନୋରଞ୍ଜନରେ ପଇସା ଖର୍ଚ୍ଚ କରିବେ।

ମକର: ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଅଫିସ୍‌ରେ କୌଣସି ବଡ଼ ଦାୟିତ୍ୱ ମିଳିପାରେ। ପାର୍ଟନରଙ୍କଠାରୁ ଉପହାର ପ୍ରାପ୍ତ ହୋଇପାରେ।

କୁମ୍ଭ: ଆଜିର ଦିନ ହସଖୁସିରେ କଟିବ। କାର୍ଯ୍ୟରେ ସଫଳତା ପାଇବେ। ବ୍ୟବସାୟରେ ଧନଲାଭ ହୋଇପାରେ।

ମୀନ: ଆଜି ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ। ରୋଜଗାରରେ ପରିବର୍ତ୍ତନର ସମ୍ଭାବନା ରହିଛି। ପରିବାର ସହିତ ଭଲ ସମୟ ବିତାଇବେ।

Exit mobile version