Site icon ଆଜିକାଲି

କଂଗ୍ରେସ ଗଣମାଧ୍ୟମ ଆବାହକ ପଦରୁ ଇସ୍ତଫା ଦେଲେ ସତ୍ୟ ନାୟକ

ଭୁବନେଶ୍ୱର : ଓଡିଶା କଂଗ୍ରେସର ଗଣମାଧ୍ୟମ ଆବାହକ ଏବଂ ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି ସତ୍ୟ ପ୍ରକାଶ ନାୟକ । ସତ୍ୟ ନାୟକ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ।

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ସତ୍ୟ ନାୟକ କହିଛନ୍ତି ଯେ, ସେ ଆଜି କଂଗ୍ରେସର ଗଣମାଧ୍ୟମର ଆବାହକ ଏବଂ ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଛି । ନିଜର ଇସ୍ତଫା ପତ୍ର ସେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ନିକଟକୁ ପଠାଇ ଦେଇଛନ୍ତି । ହେଲେ ସେ କଂଗ୍ରେସ ଦଳରେ ରହିଥିବା ସ୍ପଷ୍ଟ କରିଛନ୍ତି ।

ସେ କହିଛନ୍ତି, ଗତକାଲି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଲା । ଏଥିପାଇଁ ପ୍ରଦେଶ କଂଗ୍ରେସର ପ୍ରସ୍ତୁତ ପିସିସି ସଦସ୍ୟ ତାଲିକାରେ ୪୨୭ ଜଣଙ୍କ ନାମ ଥିଲା । ହେଲେ ଏଥିରେ ମୋର ନାମ ନଥିଲା । ଯେଉଁମାନେ ଏହି ତାଲିକା ପ୍ରସ୍ତୁତ କରିଛନ୍ତି, ସେମାନେ ନିଶ୍ଚିତ ଭାବେ ଭଲଭାବେ ଭାବିଚିନ୍ତି କରି ପ୍ରସ୍ତୁତ କରିଛନ୍ତି । କଂଗ୍ରେସର ସାଧାରଣ ସଂପାକଦ ଏବଂ ଗଣମାଧ୍ୟମ ଆବାହକ ପରି ଗୁରୁତ୍ୱପୂର୍ଣ୍ଣ ପଦରେ ଥାଇ ବି ପିସିସି ସଦସ୍ୟ ତାଲିକାରେ ମୋ ନାମ ନାହିଁ । ଫଳରେ ମୁଁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମତଦାନ କରି ପାରିଲିନି । ଲାଗୁଛି ମୋ ନିକଟରେ ଯାହା ଗୁଣବତା ରହିଛି କଂଗ୍ରେସ ପାଇଁ ତାହା ଆବଶ୍ୟକ ନାହିଁ । ତେଣୁ କଂଗ୍ରେସ ସାଧାରଣ ସଂପାଦକ ଏବଂ ଗଣମାଧ୍ୟମ ଆବାହକ ପଦରୁ ଇସ୍ତଫା ଦେଇଛି ।

Exit mobile version