Site icon ଆଜିକାଲି

ପାଞ୍ଚ ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜିତ ସାମଲଙ୍କୁ ରିମାଣ୍ଡରେ ନେଲା କମିଶନରେଟ ପୁଲିସ

ଭୁବନେଶ୍ୱର : ପାଞ୍ଚ ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜିତ ସାମଲଙ୍କୁ ରିମାଣ୍ଡରେ ନେଇଛି କମିଶନରେଟ ପୁଲିସ। ଆଜିଠୁ ୨ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୁଲିସ। ୧୦ଦିନିଆ ରିମାଣ୍ଡରେ ନେବାକୁ ପୁଲିସ ଆବେଦନ କରିଥିବା ବେଳେ କୋର୍ଟ ଦୁଇ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି। ଏହି ସମୟରେ ସତ୍ୟଜିତଙ୍କ ଅନେକ ଗୁମର ଖୋଲିପାରେ। ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ମହିଳା ଓ ଯୁବତୀଙ୍କୁ ଠିକାବରେ ଲାଗିଥିଲା ସତ୍ୟଜିତ। ଏପରିକି ୫ଜଣ ମହିଳାଙ୍କୁ ବିବାହ କରିଥିଲା। ଆହୁରି ୪୯ଜଣ ମହିଳା ଲାଇନରେ ଥିଲେ ବୋଲି କୁହାଯାଉଛି। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରୁଥିଲା ସତ୍ୟଜିତ। ମହିଳାଙ୍କୁ ଫସାଇ ବିବାହ କରି ସେମାନଙ୍କ ନାଁରେ ଲୋନ୍‌‌ କରି ମଉଜ କରୁଥିଲା।

Exit mobile version