Site icon ଆଜିକାଲି

୮ କୋଟି ଟଙ୍କା ଠକେଇ ଅଭିଯୋଗରେ ଏସବିଆଇ ଫୁଲବାଣୀ ଡେପୁଟି ବ୍ରାଞ୍ଚ ମ୍ୟାନେଜର ଗିରଫ

ଫୁଲବାଣୀ – ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଏସବିଆଇ ଫୁଲବାଣୀ ବ୍ରାଞ୍ଚ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ। ତାଙ୍କ ବିରୋଧରେ ୮ କୋଟି ଟଙ୍କାର ଠକେଇ ଅଭିଯୋଗ ଆସିଥିଲା । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା – ଇଓଡବ୍ଲୁ ଆଶୁତୋଷଙ୍କୁ ଗିରଫ କରିଛି।

ଠକେଇ ଓ ଅର୍ଥ ହେରଫେର ନେଇ ଆଞ୍ଚଳିକ ପରିଚାଳକ ଇଓଡବ୍ଲୁରେ ଅଭିଯୋଗ କରିଥିଲେ । ଚାକିରି କରିନଥିବା ୫୯ ଜଣଙ୍କ ନାଁରେ ଆଶୁତୋଷ ଲୋନ ଉଠାଇଥିବା ଅଭିଯୋଗ ହୋଇଛି ।ଏଥିସହ ପେନସନ ପାଉନଥିବା ୨୬ ଜଣଙ୍କ ନାଁରେ ପେନସନ୍ ଲୋନ୍ ଉଠାଇଥିବା ନେଇ ଆଶୁତୋଷଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ମୋଟ ୮ କୋଟି ଟଙ୍କା ଋଣ ଉଠାଇ ନିଜ ସଂପର୍କୀୟଙ୍କ ନାଁରେ ଜମା କରିଥିଲେ ଆଶୁତୋଷ।

Exit mobile version