Site icon ଆଜିକାଲି

କେନ୍ଦୁଝର ସହିଦ ସଦନ ରେ ଅନୁସୂଚିତ ଜାତି ବର୍ଗର ଜିଲ୍ଲା ସ୍ତରୀୟ ସାଧାରଣ ସଭା ଅନୁଷ୍ଠିତ

କେନ୍ଦୁଝର, ତା- ୨୭।୦୮। ଆଜି ପୂର୍ବାହ୍ନରେ କେନ୍ଦୁଝର ମୁଖ୍ୟାଳୟରେ ଥିବା ସହିଦ ସଦନ ଠାରେ ଅନୁସୂଚୀତ ଜାତି ବର୍ଗର ସମସ୍ତଙ୍କୁ ନେଇ ପ୍ରଥମ ସାଧସରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲାର ୧୩ ଟି ବ୍ଲକର ବିଭିନ୍ନ ପ୍ରାନ୍ତରରୁ ବହୁ ବିଜ୍ଞ ବ୍ୟକ୍ତି ଯୋଗ ଦେଇ ନିଜର ମତାମତ ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀଯୁକ୍ତ ମାଗୁଣି ଚରଣ ପାତ୍ର ଏଥିରେ ଅଧ୍ୟକ୍ଷତା କରି ସେ ନିଜ ଅଭିଭାଷଣରେ ଏସ ସି ଫୋରମ୍ ଗଠନ ପାଇଁ କର୍ମକର୍ତ୍ତାଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହିତ ସେ କିପରି ଏ ଜାତି ପାଇଁ କାର୍ଯ କରିଥିଲେ ତାହାର ସମ୍ୟକ୍ ସୂଚନା ଦେଇଥିଲେ। ପ୍ରତ୍ୟେକ ଶିକ୍ଷିତ ଏବଂ ସଚେତନ ବ୍ୟକ୍ତି ନିଜର ସମାଜ ପାଇଁ କର୍ତ୍ୟବ କରିବା ଜରୁରୀ ବୋଲି କହିଥିଲେ। ଆମେ ନିଜେ,ନିଜେ ଏ ସମାଜ ପ୍ରତି ଧ୍ୟାନ ଦେବାପାଇଁ ଆହ୍ବାନ ଦେଇଥିଲେ। ଆବାହକ ଶ୍ରୀଯୁକ୍ତ ନିରୋଦ ଚନ୍ଦ୍ର ବେହେରା ପ୍ରାରମ୍ଭିକ ସୂଚନା ଦେଇ ଏ ଫୋରମ୍ ର ଆଭିମୁଖ୍ୟ ବିଷୟରେ ସୂଚନା ଦେଇଥିଲେ। ଏସ ସି ବର୍ଗ କିପରି ଭିନ୍ନ ଭିନ୍ନ ଜାତିରେ ଭିବାଜିତ,ଏବଂ ଏଥିପାଇଁ ଏକତା ଜରୁରୀ,ତେଣୁ ଆମେ ସମସ୍ତେ ନିଜ ନିଜ ଭିତରେ ଥିବା ଭେଦଭାବ କୁ ଦୂରେଇ ଦେବା ସହ ଆମ ମଧ୍ୟରେ ଥିବା ଭିନ୍ନ ଭିନ୍ନ ଚିନ୍ତାଧାରା ର ବ୍ୟକ୍ତିଙ୍କ ଆପୋଷ ଆଲୋଚନା ମାଧ୍ୟମରେ ଏ ସବୁ ଦୂର କରିବାକୁ ଆହ୍ଵାନ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ଜନତା ଦଳ ଏସ ସି ସେଲ ସଭାପତି ଭରତ ପାତ୍ର ଆମ୍ବେଦକରଙ୍କ ପଦାଙ୍କ ଅନୁସରଣ ପାଇଁ କହିଥିଲେ। ଏ ସମାଜରେ ଯିଏ ଯେତେ ଦାବି କରି ପାରିଲା,ସେ ସେଥିକି ଅଧିକ ସୁବିଧାପାଇବ,ସେଥିପାଇଁ ଆମେ ଏ ଫୋରମ୍ ମାଧ୍ୟମରେ ଆମ ଦାବି ପାଇଁ କାମ କରିବାବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ସଂସ୍କୃତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ବୀର କିଶୋର ବେହେରା ଏସ ସି ଜାତିର ଭାଗ ପାଇଁ ଦାୟୀ କିଏ,ଏହାର ଆଲୋଚନା କରିବା ସହିତ ଏହାର ପରିବର୍ତ୍ତନ ପାଇଁ ଏକାଠି ହୋଇ କାମ କରିବା ଜରୁରୀ ବୋଲି କହିଥିଲେ।ଶ୍ରୀମତୀ ଗୀତାଞ୍ଜଳି ପାତ୍ର ଏବଂ ଶ୍ରୀଯୁକ୍ତ ବାବାଜୀ ପାତ୍ର ସମସ୍ତ ଏସ ସି ଜାତି ଏକଜୁଟ ହୋଇ କାମ କରିବା ପାଇଁ ଆହ୍ବାନ ଦେଇଥିଲେ।ସଭାରେ ଯୋଡ଼ି ହୋଇଥିବା ସମସ୍ତ ସଦ୍ୟସ ନିଜର ମତାମତ ଦେଇ ଏ ଫୋରମ୍ ର ସଫଳତା ପାଇଁ ଉଦ୍ୟମ କରିବେ ବୋଲି ପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀସୁଡଲ କୁମାର ସେଠୀ,ନରେଶ କୁମାର ପାତ୍ର,ଶ୍ରୀନିବାସ ମୁଖି,ସୋମନାଥ ଜେନା,ଶରତ ଚନ୍ଦ୍ର ପାତ୍ର,ବେଣୁଧର ପାତ୍ର,ରଞ୍ଜନ ବେହେରା,ମହେଶ୍ୱର ଜେନା,ପ୍ରଫୁଲ୍ଲ ଜେନା,ମନୋହର ସେଠୀ,ଗଦାଧର ସେଠୀ ପ୍ରମୁଖ ନିଜର ସୁଚିନ୍ତିତ ଦେଇଥିଲେ।

Exit mobile version