Site icon ଆଜିକାଲି

ଏଣିକି ରାସ୍ତାରେ ଗଡ଼ିବନି ୧୫ ବର୍ଷର ପୁରୁଣା ଗାଡ଼ି, ରାଜ୍ୟରେ ଆରମ୍ଭ ହେଲା ପୂର୍ବ ଭାରତର ପ୍ରଥମ ସ୍କ୍ରାପିଂ ୟୁନିଟ

ଭୁବନେଶ୍ୱର : ରାଜ୍ୟରେ ଆଉ ଗଡ଼ିବନି ୧୫ ବର୍ଷର ପୁରୁଣା ଯାନ । ସରକାରୀ ସ୍ତରରେ ବିଭିନ୍ନ ବିଭାଗରେ ପଡ଼ି ରହିଛି ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟର ଜିପ୍, କାର, ବସ୍, ଟ୍ରକ୍ । ସେହି ସବୁ ଯାନ ଗୁଡ଼ିକ ସ୍କ୍ରାପିଂ କରାଯାଇ ତାର ଉଚିତ ମୂଲ୍ୟ ପ୍ରଦାନ କରାଯିବ ଏବଂ ନୂତନ ଯାନ କିଣିଲା ବେଳେ ମଧ୍ୟ ଅନେକ ସୁବିଧା ମିଳିବ । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ସ୍କ୍ରାପିଂ ସୁବିଧା ଆରମ୍ଭ ହୋଇଛି । ଟାଟା ମୋଟର୍ସ ସହଯୋଗରେ ଖୋର୍ଦ୍ଧାର କୁମାରବସ୍ତଠାରେ ରେସାଇକେଲ୍‌ ୱିଥ ରେଷ୍ପେକ୍ଟ ୟୁନିଟ ଆରମ୍ଭ ହୋଇଛି ।

ରାଜ୍ୟ ସରକାରଙ୍କ ବାଣିଜ୍ୟ, ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ୟୁନିଟକୁ ଉଦଘାଟନ କରିଛନ୍ତି । ପୁରୁଣା ଯାନଗୁଡ଼ିକ ଏଠାରେ ସ୍କ୍ରାପିଂ କରାଯାଇ ତାର ଉଚିତ ମୂଲ୍ୟ ପ୍ରଦାନ କରାଯିବ । ଏଥିସହ ନୂଆ ଯାନ କିଣିଲା ବେଳେ ମଧ୍ୟ ଅନେକ ସୁବିଧା ସୁଯୋଗ ମିଳିବ ବୋଲି ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି । ରାଜ୍ୟର ସବୁ ଅଞ୍ଚଳରୁ ପୁରୁଣା ଯାନ ଗୁଡ଼ିକ ଏଠି ସ୍କ୍ରାପିଂ କରାଯିବ । ପ୍ରଥମ ଦଫାରେ ସମସ୍ତ ସରକାରୀ ପୁରୁଣା ଗାଡ଼ି ଗୁଡ଼ିକର ସ୍କ୍ରାପିଂ ଆରମ୍ଭ ହୋଇଛି ।

ଏହି ୟୁନିଟରେ ଦୈନିକ ୪୦ ଗାଡ଼ି ଖୋଲାଯାଇ ପାରିବ। ଏଥିପାଇଁ ଅତ୍ୟାଧୁନିକ ମେସିନ କାର୍ଯ୍ୟ କରିବା ସହିତ ଉନ୍ନତ ବୈଷୟିକ କୌଶଳ କାର୍ଯ୍ୟକାରୀ କରାଯାଉଛି ବୋଲି ଟାଟା ମୋଟର୍ସର ବଜନେସ ମୁଖ୍ୟ ସୂଚନା ଦେଇଛନ୍ତି। କେବଳ ସରକାରୀ ନୁହେଁ ଘରୋଇ ଯାନ ଗୁଡ଼ିକ ପାଇଁ ମଧ୍ୟ ଏହି ପଲିସିରେ ସୁବିଧା ସୁଯୋଗ ପ୍ରଦାନ କରାଯାଇ ପାରିବ । ଏହାଦ୍ବାର ପ୍ରଦୂଷଣକୁ ରୋକାଯାଇ ପାରିବ ବୋଲି କୁହାଯାଇଛି ।

Exit mobile version