Site icon ଆଜିକାଲି

ଏସସିବିରେ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଡାକ୍ତର ଗିରଫ

କଟକ: ଏସସିବିରେ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡାକ୍ତର ଗିରଫ। କାର୍ଡିଓଲୋଜି ବିଭାଗର ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ କଲା ପୁଲିସ। ଇକୋ ଟେଷ୍ଟବେଳେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ଇସିଜି ପରୀକ୍ଷା ଆଳ ଦେଖାଇ ଏସସିବି ମେଡ଼ିକାଲ୍‌ରେ ଦୁଇ ମହିଳା ରୋଗୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। କଟକ ଏସ୍‌ସିବି ମେଡିକାଲ୍‌ର ହୃଦୟ ରୋଗ ବିଭାଗର ଜଣେ ହୃଦୟରୋଗ ବିଶେଷଜ୍ଞ ଡାକ୍ତର ଦୁଇଜଣ ମହିଳା ରୋଗୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା।

ଏନେଇ ପୀଡ଼ିତାଙ୍କ ପରିବାର ଲୋକ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ କମିଶନରେଟ୍‌ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମହିଳା ପୁଲିସ ଦୁଇ ପୀଡ଼ିତାଙ୍କୁ ପଚରାଉଚରା କରୁଛି। ୧୬୧ରେ ବୟାନ୍‌ ରେକର୍ଡ କରାଯାଉଛି ବୋଲି ଜଣାପଡ଼ିଛି। ଅପରପକ୍ଷରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଏସସିବି ମେଡ଼ିକାଲ କର୍ତ୍ତୃପକ୍ଷ ୩ଜଣିଆ କମିଟି ଗଠନ କରିଥିବା ସୂଚନା ମିଳିଛି। ସେହିପରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୁଷ୍କର୍ମ ଅଭିଯୋଗର ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରିଛି।

Exit mobile version