Site icon ଆଜିକାଲି

ଏସସିବିର ସ୍ଥିତି ସମୀକ୍ଷା କଲେ ଆଡ଼ଭୋକେଟ୍ କମିଟି

କଟକ : ଏସସିବି ମେଡିକାଲ କଲେଜର ସ୍ଥିତି ସମୀକ୍ଷା କରିଛନ୍ତି ଆଡ଼ଭୋକେଟ କମିଟି। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଶୁକବ୍ରାର ଦ୍ୱିତୀୟ ଥର ଏସସିବି ମେଡିକାଲରେ ବିଭିନ୍ନ ୱାର୍ଡ଼ ବୁଲି ସମୀକ୍ଷା କରିଛନ୍ତି କମିଟି ଅଧ୍ୟକ୍ଷ ବିଜୟ କୁମାର ଦାଶ ଓ ସମସ୍ତ ସଦସ୍ୟ। ହସ୍ତଗତ ହୋଇଥିବା ୧୦ରୁ ଅଧିକ ଅଭିଯୋଗ ଆଧାରରେ ମେଡିକାଲ କର୍ତ୍ତୃପକ୍ଷ, ସିଏମସି କମିଶନର ଓ ଜିଲା ପ୍ରଶାସନ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କମିଟି ସଦସ୍ୟ ସରୋଜ କୁମାର ପାଢୀଙ୍କ ମତରେ, ଗତ ସମୀକ୍ଷା ସମୟରେ ଯେଉଁ ରିପୋର୍ଟ ହସ୍ତଗତ ହୋଇଥିଲା ସେନେଇ ହାଇକୋର୍ଟଙ୍କୁ ତଥ୍ୟ ଦିଆଯାଇଥିଲା। ସେହିପରି ଭାବରେ ବାକି ରହିଯାଇଥିବା କିଛି ୱାର୍ଡ଼ ଓ ଅନ୍ୟାନ୍ୟ ବିଭାଗର ସମୀକ୍ଷା ରିପୋର୍ଟ ବିଷୟରେ କୋର୍ଟଙ୍କୁ ଶୀଘ୍ର ଅବଗତ କରାଯିବ ବୋଲି ସେ କହିଛନ୍ତି।

Exit mobile version