Site icon ଆଜିକାଲି

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା: ସବୁ ହାଇସ୍କୁଲକୁ ଯୋଗାଇ ଦିଆଯିବ ସ୍ମାର୍ଟ କ୍ଲାସରୁମ ଓ ୫-ଟି ସୁବିଧା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ , ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ବିଗତ ୪ ବର୍ଷର ବିଭିନ୍ନ ଧାର୍ଯ୍ୟ ଲକ୍ଷ୍ୟ ଓ ସଫଳତା ଏବଂ ଇସ୍ତାହାରରେ ପ୍ରଦତ୍ତ ପ୍ରତିଶ୍ରୁତିଗୁଡ଼ିକର ପୂରଣ ବାବଦରେ ସମୀକ୍ଷା କରିଥିଲେ । ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଇସ୍ତାହାରରେ ପ୍ରଦତ୍ତ ପ୍ରତିଶ୍ରୁତିଗୁଡ଼ିକର ପୂରଣ ନେଇ ବିସ୍ତୃତ ସୂଚନା ଦେବା ସହିତ ବିଭିନ୍ନ ଲକ୍ଷ୍ୟ ହାସଲରେ ବିଗତ ୪ ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ ଅନ୍ୟାନ୍ୟ ରୂପାନ୍ତରଣଶୀଳ ପଦକ୍ଷେପଗୁଡ଼ିକ ବାବଦରେ ଉଲ୍ଲେଖ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ପରେ ଗୀତଗୋବିନ୍ଦ ସଦନରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ ପାଖାପାଖି ୪.୨ ଲକ୍ଷ ପରିବାରର ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବିଭାଗ ଅଧୁନ ୧୭୩୫ଟି ବିଦ୍ୟାଳୟରେ ଅଧ୍ୟୟନରତ ଅଛନ୍ତି । ଗତ ୨୦ ବର୍ଷ ମଧ୍ୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି , ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗରେ ଉଚ୍ଚ ବିଦ୍ୟାଳୟ ସଂଖ୍ୟା ୨୧୫ରୁ ୪୨୨କୁ ବୃଦ୍ଧି ପାଇଛି । ସେହିପରି ଅନୁସୂଚିତ ଜନଜାତି ଓ ଜାତି ପିଲାଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପ୍ରଦାନ ପାଇଁ ୬୨ଟି ଉତ୍ସର୍ଗୀକୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲାଯାଇଛି । ପିଭିଟିଜି ସମ୍ପ୍ରଦାୟ ଥିବା ୧୭ଟି କ୍ଷୁଦ୍ର ପ୍ରକଳ୍ପ ଅଞ୍ଚଳରେ ୨୦୦୭ – ୦୮ରୁ ପ୍ରଥମରୁ ଦଶମ ଶ୍ରେଣୀର ୧୭ଟି ଉତ୍ସର୍ଗୀକୃତ ଶିକ୍ଷାନୁଷ୍ଠାନ କାର୍ଯ୍ୟ କରୁଛି । ସିବିଏସଇ ଏବଂ ଆଇସିଏସଇ ପାଠ୍ୟକ୍ରମରେ ଏସଟି ଏବଂ ଏସସି ଛାତ୍ରଛାତ୍ରୀଙ୍କୁ ସହରାଞ୍ଚଳର ବିଭିନ୍ନ ଇଂରାଜୀ ମାଧ୍ୟମ ପବ୍ଲିକ ସ୍କୁଲ କିମ୍ବା ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସଂଲଗ୍ନ ଅଞ୍ଚଳରେ ନାମ ଲେଖାଇ ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ୨୦୧୫ – ୧୬ରୁ ଅନ୍ଵେଷା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ବର୍ତ୍ତମାନ ଏଭଳି ୮୦ଟି ହଷ୍ଟେଲ କାର୍ଯ୍ୟକ୍ଷମ ଥିବାବେଳେ ଏଥିରେ ପ୍ରାୟ ୨୨ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଚଳିତ ବର୍ଷ ଆଉ ୧୫୦୦ ଛାତ୍ରଛାତ୍ରୀ ଅନ୍ଵେଷା ଯୋଜନାରେ ସାମିଲ ହେବେ । ଆଦିବାସୀ ଉପଯୋଜନା ଅଞ୍ଚଳରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାଙ୍କ ପାଇଁ ସିବିଏସଇ ପାଠ୍ୟକ୍ରମରେ ଆବାସିକ ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରଦାନ କରିବା ପାଇଁ ୨୦୧୯ ମସିହାରୁ ୧୦ଟି କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କାର୍ଯ୍ୟ କରୁଛି । ସିବିଏସଇ ପାଠ୍ୟକ୍ରମରେ ଆବାସିକ ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରଦାନ କରିବା ପାଇଁ ବ୍ରହ୍ମପୁରରେ ୨୦୧୮ – ୧୯ରେ ଗୋଟିଏ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ବିଶେଷ କରି ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ଡ୍ରପଆଉଟ ହ୍ରାସ କରିବା ପାଇଁ ବିଭାଗ ପକ୍ଷରୁ କେବିକେ ହଷ୍ଟେଲ ଏବଂ ୧୮୮ଟି ସ୍ଵତନ୍ତ୍ର ବାଳିକା ଉଚ୍ଚ ବିଦ୍ୟାଳୟକୁ ଉତ୍ସର୍ଗ କରାଯାଇଛି । ବିଭାଗ ଅଧୀନରେ ଆସୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ , ୟୁନିଫର୍ମ ଓ ଭୋଜନ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଥିଲେ ।

ସେହିପରି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ପୁଷ୍ଟି ବିକାଶର ଯନ୍ ନେବା ପାଇଁ ବାର୍ଷିକ ଶିଶୁ ପିଛା ଅତିରିକ୍ତ ୧୦୦୦ଟଙ୍କା ବ୍ୟବସ୍ଥା କରାଯାଇଛି । ‘ ଅଭିଭାବକ ବି ଅଂଶୀଦାର ’ କାର୍ଯ୍ୟକ୍ରମରେ ୪ ଲକ୍ଷ ଅଭିଭାବକ ଭାଗ ନେବେ । ବିଦ୍ୟାଳୟରେ ଖେଳକୁଦକୁ ପ୍ରୋତ୍ସାହନ ଦେବା ପାଇଁ ୧୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଲୋଚନାତ୍ମକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ୧୪୦୫ଟି ରିଡିଂ କର୍ପୂର ଏବଂ ୫ ଶହଟି ସ୍ମାର୍ଟ କ୍ଲାସରୁମ ବିଦ୍ୟାଳୟଗୁଡ଼ିକରେ ସ୍ଥାପନ କରାଯାଇଛି । ଆହୁରି ମଧ୍ୟ ସମସ୍ତ ୪୨୨ଟି ଉଚ୍ଚ ବିଦ୍ୟାଳୟରେ ଆଇସିଟି ଲ୍ୟାବ ରହିଛି । ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କ ପାଇଁ ଟ୍ୟାବ ବ୍ୟବସ୍ଥା କରାଯାଇଛି , ଯାହା ଦ୍ଵାରା ସେମାନେ ଆନନ୍ଦଦାୟକ ଶିକ୍ଷା ପାଇପାରିବେ । ଅଷ୍ଟମ ଶ୍ରେଣୀ ସହ ବିଭାଗ ଅଧୀନରେ ଥିବା ସମସ୍ତ ହାଇସ୍କୁଲକୁ ସ୍ମାର୍ଟ କ୍ଲାସରୁମ ଓ ସମସ୍ତ ୫ – ‘ ଟି ’ ସୁବିଧା ଯୋଗାଇ ଦେବାକୁ ଯାଉଛି । ମାଟ୍ରିକ ପରବର୍ତ୍ତୀ ଶିକ୍ଷା ଗ୍ରହଣ କରୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ରହିବା ପାଇଁ ୮ଟି ଆକାଂକ୍ଷା ହଷ୍ଟେଲ ପ୍ରତିଷ୍ଠା କରାଯାଇଛି । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ମେଧାବୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଆରମ୍ଭ କରାଯାଇଛି । ଇଞ୍ଜିନିୟରିଂ ଏବଂ ମେଡିକାଲ ପାଠ୍ୟକ୍ରମ ଭଳି ବିଭିନ୍ନ ବୈଷୟିକ ଶିକ୍ଷା ପାଇଁ ଆଗ୍ରହୀ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ପ୍ରଦାନ କରାଯାଉଛି । ବାର୍ଷିକ ୫ ଲକ୍ଷ ଏସଟି ଏବଂ ଏସସି ଅନ୍ତେବାସୀ ଛାତ୍ରଛାତ୍ରୀଙ୍କୁ ୫୫୦ କୋଟି ଟଙ୍କାର ପ୍ରାକ୍ ମାଟ୍ରିକ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁଙ୍କ ପାଇଁ ଯଥାକ୍ରମେ ୧୦୦ଟି ଓ ୨୩ଟି ସ୍ଵତନ୍ତ୍ର ହଷ୍ଟେଲ ନିର୍ମାଣାଧନ ରହିଛି । ବିଭିନ୍ନ ଜନଜାତି ଏବଂ ସମୁଦାୟରୁ ଆସୁଥିବା ପିଲାମାନଙ୍କର ଅନନ୍ୟ ବିବିଧତା ଏବଂ ଆବଶ୍ୟକତାକୁ ପୂରଣ କରିବା ପାଇଁ ବିଭାଗର ଏକ ଏମ୍.ଏଲ୍ଇ.  ନୀତି ରହିଛି ଯାହା ଅଧୀନରେ ୨୧ଟି ବିଭାଷୀ ଏବଂ ତ୍ରିଭାଷୀ ଭାଷାରେ ବିଷୟବସ୍ତୁ ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସାରକା ଉଲ୍ଲେଖ କରିଥିଲେ ।

ମନ୍ତ୍ରୀ ଶ୍ରୀ ସାରକା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଲୋକମାନଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଉଲ୍ଲେଖ କରି କହିଲେ ଯେ ‘ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ’ ଯୋଜନା ଜୀବିକା ନିର୍ବାହ ପାଇଁ ଏକ ହିତାଧ୍ୟାକାରୀ ସ୍ତରୀୟ ରାଜ୍ୟ ଯୋଜନା । ୨୦୨୨-୨୩ ରୁ ୨୦୨୫-୨୬ ମଧ୍ୟରେ ୫ ଶହ କୋଟି ଟଙ୍କା ବଜେଟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ମୁଖ୍ୟତଃ ଆଦିବାସୀ – ପ୍ରାଧାନ୍ୟ ୧୧୯ ବ୍ଲକ୍‌ ୯୩୧ ଗ୍ରାମ ପଞ୍ଚାୟତରେ ହିତାଧ୍ୟାକାରୀଙ୍କୁ ଗୁରୁତ୍ଵପୂର୍ଣ୍ଣ ସହାୟତା ଯୋଗାଉଛି । ଓଡିଶା ଆଦିବାସୀ ସଶକ୍ତିକରଣ ଏବଂ ଜୀବିକା କାର୍ଯ୍ୟକ୍ରମ ଜରିଆରେ ଦକ୍ଷିଣ – ପଶ୍ଚିମ ଓଡିଶାର ଗଜପତି , କଳାହାଣ୍ଡି , କନ୍ଧମାଳ , କୋରାପୁଟ , ମାଲକାନଗିରି , ନବରଙ୍ଗପୁର , ଏବଂ ରାୟଗଡା ଆଦି ସାତୋଟି ଜିଲ୍ଲାର ୩୦ଟି ପଛୁଆ ବ୍ଲକ ଉପରେ ଧ୍ୟାନ ଦିଆଯାଉଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଆଦିବାସୀଙ୍କର ପ୍ରାକୃତିକ ସମ୍ପଦର ନିରନ୍ତର ଉପଯୋଗ ଏବଂ କୃଷି / ଅଣ – କୃଷି ଉଦ୍ୟୋଗର ବିକାଶ ମାଧ୍ୟମରେ ଗରିବ ଆଦିବାସୀ ପରିବାରର ଜୀବିକା ଏବଂ ଖାଦ୍ୟ ନିରାପତ୍ତାକୁ ବୃଦ୍ଧି କରିବା । ଓଡିଶା ପିଭିଟିଜି ସଶକ୍ତିକରଣ ଏବଂ ଜୀବିକା ଉନ୍ନତି କାର୍ଯ୍ୟକ୍ରମ ଏକ ସମ୍ପ୍ରଦାୟର ମଡେଲ୍ ବା ପନ୍ଥା ଯାହାକି ଜୀବନଶୈଳୀରେ ଉନ୍ନତି ଆଣିବା ଏବଂ ବିଶେଷ ଭାବରେ ସମ୍ବେଦନଶୀଳ ଆଦିବାସୀ ଗୋଷ୍ଠୀ ( ପିଭିଟିଜି ) ର ଲକ୍ଷ୍ୟ ରଖାଯାଇଥିବା ପରିବାର ମଧ୍ୟରେ ଦାରିଦ୍ର୍ୟ ଦୂରୀକରଣ କରିବା । ଏହି କାର୍ଯ୍ୟକ୍ରମଟି ପିଭିଟିଜିଗୁଡ଼ିକର ୫୧ ହଜାରରୁ ଅଧିକ ପରିବାରକୁ ସିଧାସଳଖ ଉପକୃତ କରିଛି । ୨୦୧୯ – ୨୦ମଧ୍ୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ଵାରା ଏକ କ୍ଲଷ୍ଟର ଭିଭିକ ମିଶନ୍ ଜୀବିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ମାଧ୍ୟମରେ ଆଦିବାସୀ ଚାଷୀଙ୍କ ଜୀବିକା ନିର୍ବାହ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରାୟ ୨ ଲକ୍ଷ ୪୦ ହଜାର ପରିବାର ଏହି କାର୍ଯ୍ୟକ୍ରମରେ ସ୍ଥାୟୀ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିପାରିଛନ୍ତି । ଆଦିବାସୀ ଉତ୍ପାଦନର ମାର୍କେଟିଂକୁ ସୁଗମ କରିବା ଏବଂ ପ୍ରାଥମିକ ଉତ୍ପାଦକ ଏବଂ ସଂଗ୍ରହକାରୀଙ୍କ ପାଇଁ ଉଚିତ ମୂଲ୍ୟ ସୁନିଶ୍ଚିତ କରିବା ଆଦିବାସୀ ବିକାଶ ସମବାୟ ନିଗମର ପ୍ରାଥମିକ ଉଦ୍ଦେଶ୍ୟ ଥିଲା । ଆଦିବାସୀ ବିକାଶ ସମବାୟ ନିଗମ ଯୋଜନାବଦ୍ଧ ଭାବରେ ଅବସ୍ଥିତ ଟ୍ରାଇବଲ ୱଲ୍ଫ ନାମକ ଏହାର ସ୍ୱତନ୍ତ୍ର ଆଉଟଲେଟ୍‌ ମାଧ୍ୟମରେ ଏହି ଉତ୍ପାଦଗୁଡିକ ବିକ୍ରୟ କରାଯାଉଛି । ଲଘୁ ବନଜାତ ଦ୍ରବ୍ୟ ଏବଂ ସରପ୍ଲସ୍ କୃଷି ଉତ୍ପାଦନ ସମେତ ବିକ୍ରି ହୋଇଥିବା ଦ୍ରବ୍ୟଗୁଡିକ ଆଡ଼ିସା ବ୍ରାଣ୍ଡ ନାମରେ ବିକ୍ରି ହେଉଛି ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଥିଲେ ।

ଓଡିଶାର ସମସ୍ତ ପ୍ରତିଷ୍ଠିତ ଆଦିବାସୀ ବ୍ୟକ୍ତିଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । ସ୍ଵତନ୍ତ୍ର ଉନ୍ନୟନ ପରିଷଦ ବିଶେଷ ଭାବରେ ଆଦିବାସୀ ସଂସ୍କୃତି ଏବଂ ପରମ୍ପରା , ଐତିହ୍ୟ ଏବଂ ପରିଚୟର ପ୍ରୋତ୍ସାହନ , ସଂରକ୍ଷଣ ଉପରେ ଧ୍ୟାନ ଦିଅନ୍ତି ଏବଂ ସ୍ଥାନୀୟ ସମ୍ବଳ ତଥା ପାରମ୍ପରିକ କୌଶଳକୁ ନେଇ ସମ୍ପ୍ରଦାୟର ଅଂଶଗ୍ରହଣକୁ ଗୁରୁତ୍ଵ ଦେଇଥାଏ । ୨୦୧୭ ରେ ଆରମ୍ଭ ହୋଇଥିବା ଏହି ପରିଷଦରେ ଅନୁସୁଚିତ ଜନଜାତି ଥିବା ୪୫ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ୯ଟି ଜିଲ୍ଲାର ୧୧୭ଟି ବ୍ଲକରେ ୬୦ଲକ୍ଷରୁ ଅଧିକ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ବର୍ତମାନ ଜିଲ୍ଲା ସଂଖ୍ୟା ୨୩ ଓ ବ୍ଲକ ସଂଖ୍ୟା ୧୭୧କୁ ବୃଦ୍ଧି ପାଇଛି । ଏଥିରେ ୮୪ ଲକ୍ଷରୁ ଅଧିକ ଅନୁସୁଚିତ ଜନଜାତି ଲୋକ ରହିଛନ୍ତି । ୨୦୨୩ – ୨୪ବର୍ଷ ପାଇଁ ୨୩ଟି ସ୍ଵତନ୍ତ୍ର ବିକାଶ ପରିଷଦ ନିମନ୍ତେ ୨୨୨.୩ କୋଟି ଟଙ୍କା ବଜେଟ୍ କରାଯାଇଛି । ଏହା ଦ୍ଵାରା ଓଡିଶାରେ ରହୁଥିବା ୬୨ଟି ଆଦିବାସୀ ସମ୍ପ୍ରଦାୟର ତଥା ୧୩ଟି ଅତି ସମ୍ବେଦନଶୀଳ ଜନଜାତିଙ୍କ ଜୀବନରେ ପରିବର୍ତ୍ତନ କରିବାରେ ସକ୍ଷମ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ସାରକା କହିଥିଲେ ।

ମନ୍ତ୍ରୀ ଶ୍ରୀ ସାରକା ପରିଷଦର ସଫଳତା ବାବଦରେ ଗଣମାଧ୍ୟମକୁ ସୂଚନା ଦେଇ କହିଲେ ଯେ ୯ଟି ଜିଲ୍ଲାରେ ୪୭୩୧ ଆଦିବାସୀ ପବିତ୍ର ଉପବନର ସୁରକ୍ଷା ସହ ୧୬୦୯ଟି ଆଦିବାସୀ ସାଂସ୍କୃତିକ କ୍ଲବ୍ ଘର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଆଦିବାସୀଙ୍କ ଉନ୍ନତି ପାଇଁ ୮୨୮ଟି ଆଦିବାସୀ ହାଟ ଚିହ୍ନଟ କରାଯାଇ ସେଥିମଧ୍ୟରୁ ୭୯୪ ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ୧୮୭୦ଟି ଆଦିବାସୀ ସାଂସ୍କୃତିକ ସଂଗଠନକୁ ବାଦ୍ୟଯନ୍ତ୍ର ଯୋଗାଇ ଦିଆଯାଇଛି । ୧୦୫୭ ନୃତ୍ୟ ସଂଗଠନ ଚିହ୍ନଟ କରି ନୃତ୍ୟ ପୋଷାକ ଯୋଗାଇ ଦିଆଯାଇଛି । ପ୍ରାୟ ୧୦୬୦୫ ଆଦିବାସୀ ପ୍ରତିନିଧୀ ପରିଦର୍ଶନ କରିଛନ୍ତି । ୩୬୩୦୯ ଆଦିବାସୀ କାରିଗରଙ୍କୁ କାରିଗର ପରିଚୟ ପତ୍ର ପ୍ରଦାନ କରାଯାଇଛି । ୩୦୧୯ ଆଦିବାସୀ ଯୁବ ସଂଗଠନ ଚିହ୍ନଟ କରାଯାଇ ୨୨୪୯ ସଂଗଠନକୁ ଖେଳ ସାମଗ୍ରୀ ଯୋଗାଇ ଦିଆଯାଇଛି । ରାୟଗଡା ବ୍ୟତୀତ ୮ଟି ଏସଡିସି ଜିଲ୍ଲାରେ ଆଦିବାସୀ ସଂଗ୍ରହାଳୟ ପାଇଁ ଜମି ଚିହ୍ନଟ କରାଯାଇଛି । ୬ଟି ଜିଲ୍ଲାରେ ସଂଗ୍ରହାଳୟର ପ୍ରାଚୀର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ସୁନ୍ଦରଗଡ ଜିଲ୍ଲାରେ ୫୧ ଟି ଆଦିବାସୀ ଉତ୍ସ କେନ୍ଦ୍ର ନିର୍ମାଣ କରାଯାଇଛି ।

ବିଭାଗର ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସାରକା କହିଲେ ଯେ ବିଭାଗ ପକ୍ଷରୁ ୩୬ , ୦୦୦ରୁ ଅଧିକ କାରିଗର କିଟ୍ ବଣ୍ଟନ କରାଯିବ । ୧୮୭୨ ଡ୍ୟାନ୍ସ ଟୁୱକୁ ଡ୍ୟାନ୍ସ ପୋଷାକ ଏବଂ ସମ୍ପୃକ୍ତ ବାଦ୍ୟଯନ୍ତ୍ର ଯୋଗାଇ ଦିଆଯିବ । ୬୦୦ କ୍ଲବକୁ ସେମାନଙ୍କ ସଂସ୍କୃତିର ସଂରକ୍ଷଣ ପାଇଁ ସହାୟତା ଯୋଗାଇ ଦିଆଯିବ । ୧୦୦୦ରୁ ଅଧିକ ମାମଲା ପାଇଁ ସାଂସ୍କୃତିକ , ଧାର୍ମିକ ଗୁରୁତ୍ଵପୂର୍ଣ୍ଣ ସ୍ଥାନଗୁଡିକ ପାଇଁ ଜମି ରେକର୍ଡ ଯୋଗାଇ ଦିଆଯିବ । ଦକ୍ଷତା ବୃଦ୍ଧି ପାଇଁ ୬ ହଜାରରୁ ଅଧିକ ପ୍ରଭାବଶାଳୀ ଆଦିବାସୀଙ୍କ ଚିହ୍ନଟ କରାଯିବ । ଜୀବିକା ଏବଂ ସଂସ୍କୃତି ପାଇଁ ୬ ହଜାରରୁ ଅଧିକ ସଂଖ୍ୟକ କାର୍ଯ୍ୟାନୁଷ୍ଠାନ କରାଯିବ । ନୂତନ ଏବଂ ପୁରୁଣା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ବ୍ଲକରେ ୫୧୬ଟି କ୍ରୀଡା ଏବଂ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହେବ ।

ଆଦିବାସୀ ଭାଷା , ସଂସ୍କୃତି , ଏବଂ ପରିଚୟ ରକ୍ଷା କରିବା ପାଇଁ ଏଟିଏମ୍‌ ପ୍ରତିଷ୍ଠା କରାଯାଇଥିଲା । ଓଡିଶାରେ ସେମାନଙ୍କର ବିକାଶ ତଥା ସ୍ୱୀକୃତି ପାଇଁ ଏହା ସୁଯୋଗ ସୃଷ୍ଟି କରିଥାଏ । ଏହା ୨୦୦ରୁ ଉର୍ଦ୍ଧ୍ବ ପ୍ରକାଶନ , ୧୦୦ରୁ ଅଧ୍ବକ କର୍ପସ , ସେମିନାର ଏବଂ ଗବେଷଣା ଓ ତାଲିମ କାର୍ଯ୍ୟକ୍ରମ କରି ନିଜ ମିଶନ ପୂରା କରିପାରିଛି । ଅନୁସୁଚିତ ଜନଜାତି ଓ ଜାତି ସମ୍ପ୍ରଦାୟର କଲ୍ୟାଣ ତଥା ଉନ୍ନତି ପାଇଁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନ କାର୍ଯ୍ୟ କରୁଛି ।

ଆଦିବାସୀ ସଂସ୍କୃତି , ଐତିହ୍ୟ , ସାମଗ୍ରୀକୁ ପ୍ରଦର୍ଶିତ କରିବା ପାଇଁ ପ୍ରତି ବର୍ଷ ‘ ଆଦିବାସୀ ମେଳା ’ , ବିଭାଗ ଅଧ୍ଵନରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭା ଆବିଷ୍କାର କରିବା ପାଇଁ ରାଜ୍ୟସ୍ତରୀୟ ‘ ସରଗୀଫୁଲ ’ , ଆଦିବାସୀ କଳାକାର ଏବଂ କାରିଗରଙ୍କ ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସ୍ତରୀୟ ଆଦିବାସୀ ଚିତ୍ର ଏବଂ ହସ୍ତଶିଳ୍ପ ପ୍ରତିଯୋଗିତା ଆୟୋଜିତ ହେଉଛି । ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ମୂଲ୍ୟବାନ ଅବଦାନ ପାଇଁ ସମସ୍ତ ସାହସୀ ଆଦିବାସୀ ସ୍ଵାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇବା ପାଇଁ ସରକାର ୧୫ ନଭେମ୍ବର , ଭଗବାନ୍ ବିର୍ସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀକୁ ଜନଜାତି ଗୌରବ ଦିବସ ଭାବରେ ଘୋଷଣା କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଛନ୍ତି ।

ମୋ ଜଙ୍ଗଲ ଜମି ଯୋଜନା ବା ଜଙ୍ଗଲ ଜମି ଅଧିକାର ସ୍ଵୀକୃତି ପ୍ରକ୍ରିୟାକୁ ସଂଶୋଧନ କରି ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧୁକାରୀଙ୍କ ଅଧିକାରକୁ ସୁନିଶ୍ଚିତ କରାଯାଉଛି । କ୍ଷୁଦ୍ର ଜଙ୍ଗଲ ଉତ୍ପାଦନ ଅଧୀନରେ ,ଆଦିବାସୀ ବିକାଶ ସମବାୟ ନିଗମ ମାଧ୍ୟମରେ ବିଭାଗ ଦ୍ଵାରା ୧୩ ଏମଏଫପି କୁ ୯୫ କୋଟି ଟଙ୍କା ମୂଲ୍ୟର କ୍ରୟ କରାଯାଇଛି । ଏଥିରେ ଏକ ଲକ୍ଷରୁ ଅଧିକ ପରିବାର ଉପକୃତ ହୋଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ।

ବିଭାଗୀୟ ଶାସନ ସଚିବ ରୂପାରୋଶନ ସାହୁ ପାଓ୍ବାର ପଏଣ୍ଟ ଜରିଆରେ ବିଭାଗର ସଫଳତା ଓ ବିଭିନ୍ନ ଯୋଜନାର ରୂପାୟନ ନେଇ ତଥ୍ୟ ଉପସ୍ଥାପନ କରିଥିଲେ ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ , ଅନ୍ୟାନ୍ୟ ପଛୁଆବର୍ଗ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ସିତାଂଶୁ ରାଉତ , ଅନୁସୂଚିତ ଜାତି କଲ୍ୟାଣ ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ , ଅନୁସୂଚିତ ଜନଜାତି କଲ୍ୟାଣ ନିର୍ଦ୍ଦେଶକ ଶ୍ରୀକାନ୍ତ ତରାଇ ପ୍ରମୁଖ ମଞ୍ଚାସୀନ ଥିଲେ ।

Exit mobile version