Site icon ଆଜିକାଲି

ବରଗଡ଼ ଜିଲ୍ଲାରେ ୨୩ ରୁ ଖୋଲିବ ସ୍କୁଲ

ବରଗଡ଼: ବରଗଡ଼ ଜିଲ୍ଲାରେ ୨୧ ତାରିଖ ପରିବର୍ତ୍ତେ ୨୩ ତାରିଖରୁ ଖୋଲିବ ସ୍କୁଲ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ପତ୍ର ସଂଖ୍ୟା ୫୦୩୮/୨୦-୦୬-୨୩ ଅନୁସାରେ ସୂଚନା ଦିଆଯାଇଛି । ତେବେ ୨୩ ରୁ ୨୪ ତାରିଖ ଯାଏଁ ସକାଳ ସାଢ଼େ ୬ରୁ ୧୦ଟା ଯାଏ ସ୍କୁଲ ଚାଲିବ। ଏବଂ ୨୬ ତାରିଖ ସୋମବାର ଦିନ ଠାରୁ ୧୦ଟାରୁ ୪ଟା ଯାଏ ସ୍କୁଲ ଚାଲିବ।

ପ୍ରକାଶ ଥାଉକି, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଜୁନ୍‌ ୨୧ରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ଯୋଗୁଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସ୍କୁଲ ସମୟ ଧାର୍ଯ୍ୟ କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ସମସ୍ତ ଜିଲ୍ଲାପାଳମାନଙ୍କୁ ଅବଗତ କରିଥିଲେ । ଏହାପରେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି।

Exit mobile version