Site icon ଆଜିକାଲି

ଜୋନାଲ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା


କେନ୍ଦୁଝର, ସ୍ଥାନୀୟ ଡି.ଏନ୍. ହାଇସ୍କୁଲ ସମ୍ମିଳନୀ କକ୍ଷରେ ସୋମବାର ଜୋନାଲ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଅନୁଗୁଳ,ବାଲେଶ୍ଵର,ଭଦ୍ରକ, ଢେଙ୍କାନାଳ,କେନ୍ଦୁଝର,ମୟୂରଭଞ୍ଜ ଜିଲ୍ଲାର ସର୍ବମୋଟ ୬ଟି ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ମୁଖ୍ୟ ବିଚାରକ ଭାବେ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଧ୍ୟାପକ ଡ. କୁଳମଣି ପ୍ରଧାନ ଏବଂ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ବଚୁ ରାମ ଲାମା ଯୋଗ ଦେଇ ନାଟକ ପ୍ରତିଯୋଗିତାର ମୂଲ୍ୟାୟନ କରିଥିଲେ।ଡି.ଏନ୍.ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ. ଜଗବନ୍ଧୁ ସାହୁ ଯୋଗ ଦେଇ ବିଜେତା ଦଳ ଗୁଡ଼ିକୁ ପୁରସ୍କୃତ କରିବା ସଙ୍ଗେ ସଙ୍ଗେ ଛାତ୍ର ଛାତ୍ରୀଙ୍କ ଚିତାକର୍ଷକ ଅଭିନୟ ପାଇଁ ଶୁଭେଚ୍ଛା ଜ୍ଞାପନ କରିଥିଲେ।ସମ୍ମାନୀତ ଅତିଥି ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ମହାନ୍ତ ଏବଂ ଟାଉନ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତୃପ୍ତିମୟୀ ପାତ୍ର ଯୋଗ ଦେଇ ନାଟକ ପ୍ରତିଯୋଗିତାରେ ଅଭିନୟ କରିଥିବା ସମସ୍ତ ଛାତ୍ରଛାତ୍ରୀ ତଥା ନାଟ୍ୟ ନିର୍ଦ୍ଦେଶକ ମାନଙ୍କୁ ସାଧୁବାଦ ଜଣାଇଥିଲେ।ଜିଲ୍ଲା ବିଜ୍ଞାନ ପରିଦର୍ଶକ ପରମେଶ୍ବର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜୋନାଲ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ସଫଳ ରୂପାୟନ ହୋଇଥିଲା।ଉକ୍ତ ପ୍ରତିଯୋଗିତାରେ ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ,ଦହମୁଣ୍ଡା ବାଲେଶ୍ୱର ପ୍ରଥମ,ପଞ୍ଚାୟତରାଜ ହାଇସ୍କୁଲ,କାନପୁରା,ଢେଙ୍କାନାଳ ଦ୍ଵିତୀୟ ଏବଂ ଢେଙ୍କିକୋଟ ବାଳିକା ଉଚ୍ଚ ବିଦ୍ୟାଳୟ,ଢେଙ୍କିକୋଟ କେନ୍ଦୁଝର ତୃତୀୟ ସ୍ଥାନ ଅଧିକାର କରିଥିଲେ।ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ରାଜ୍ୟ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି।ଏନ୍.ଏସ୍.ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ,ମୋଚିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ଵିତିକୃଷ୍ଣ ବେହେରା,ଶିକ୍ଷକ ବିଜୟ କୁମାର ବେହେରା,କୃଷ୍ଣ କୁମାର ମହାନ୍ତ,ଶିକ୍ଷୟିତ୍ରୀ ମମତାମୟୀ ରାଉତ,ରାକ୍ଷୀ ମହାନ୍ତ,ପ୍ରଜ୍ଞା ରଶ୍ମି,ସାଗରିକା ସାହୁ,ଜ୍ୟୋତିର୍ମୟୀ ମହାନ୍ତ ,ଶିକ୍ଷା କର୍ମଚାରୀ ପ୍ରେମାନନ୍ଦ ସାହୁ,ସୋମନାଥ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Exit mobile version