Site icon ଆଜିକାଲି

ଡିଏଭି ପବ୍ଲିକ ସ୍କୁଲରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ଉଦଘାଟନୀ ଉତ୍ସବ ଅନୁଷ୍ଠିତ

କେନ୍ଦୁଝର, କେନ୍ଦୁଝର ସହର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ କେନ୍ଦୁଝର ଡିଏଭି ପବ୍ଲିକ ସ୍କୁଲ ରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟଅତିଥି ଭାବେ କେନ୍ଦୁଝର ସହର ର ମାନ୍ୟଗଣ୍ୟ ବିଜ୍ଞାନ ଭିତ୍ତିକ କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ସଞ୍ଜୟ ବସନ୍ତ ଚକ୍ର,ସମ୍ମାନୀୟ ଅତିଥି ଆଇଡିବି ଆଇ ବ୍ୟାଙ୍କ କେନ୍ଦୁଝର ପ୍ରବନ୍ଧକ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ଜେନା,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗନ୍ନାଥ ଦାସ,ସମ୍ପାଦକ ଶ୍ରୀଯୁକ୍ତ ଦଶରଥ ବିଶ୍ବାଳ, ବିରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ରାମନାରାୟଣ ଦ୍ବିବେଦୀ,ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସ୍ବପ୍ନେନ୍ଦୁ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବକୁ ଉଦଘାଟନ କରିଥିଲେ।ଅୟୋଜିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ତିନିଥର ଗାୟତ୍ରୀମନ୍ତ୍ର ଉଚାରଣ କରାଯାଇ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପ୍ରକଳ୍ପ ଗୁଡିକୁ ଅତିଥି ମାନେ ବୁଲି ଦେଖିବା ସହିତ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ବିଜ୍ଞାନ ବିଭାଗର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମିଳିତ ସହଯୋଗରେ ଛାତ୍ରଛାତ୍ରୀ ଙ୍କ ଦ୍ବାରା ୧୨୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଛି । ତେବେ ଅନେକ ଆଗ୍ରହ ଓ ଉତ୍ସାହର ସହିତ ଛାତ୍ରଛାତ୍ରୀଗଣ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ଭାଗ ନେଇ ବିଜ୍ଞାନ ପ୍ରତି ସେମାନଙ୍କର ଆଗ୍ରହ ପ୍ରକାଶ କରିଛନ୍ତି । ପ୍ରକଳ୍ପ ପ୍ରଦର୍ଶନୀର ବିଚାରକ ଭାବେ କେନ୍ଦୁଝର ଯାନ୍ତ୍ରିକ ମହାବିଦ୍ୟାଳୟ, ଡିମ୍ବୋ ର ଭୂତତ୍ତ୍ୱ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ଅଭିଳାଷ ଦାସ ଓ ଗାୟତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ର ଅଧ୍ୟାପକ ଶ୍ରୀ ସତ୍ୟପ୍ରକାଶ ମହାନ୍ତ ଯୋଗଦେଇ ପ୍ରକଳ୍ପ ଗୁଡିକୁ ପରିଦର୍ଶନ କରି ମୂଲ୍ୟାୟନ କରିଥିଲେ।ବିଦ୍ୟାଳୟର ଛାତ୍ରଛାତ୍ରୀ ତନିସ୍କା ସାମଲ କାର୍ଯ୍ୟକ୍ରମ ଆରମ୍ଭରେ ଓଡିଶୀ ନୃତ୍ୟ ପରିବେଶଣ କରି ଅତିଥି ମାନଙ୍କୁ ମନୋରଞ୍ଜନ କରିଥିଲେ।

Exit mobile version