Site icon ଆଜିକାଲି

ନର୍ସିଂ ସ୍କୁଲ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ଆରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ଏକ ଘରୋଇ ନର୍ସିଂ ସ୍କୁଲ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ଆରମ୍ଭ। ସେପଟେ ଖବର ପାଇ ବଲାଙ୍ଗୀରରୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ପରିବାର ଲୋକେ ।

ସୂଚନା ଯେ, ଗତ ରବିବାର ଝୁଲନ୍ତା ଅବସ୍ଥାରେ କଲେଜ କନଫରେନ୍ସ ହଲରୁ ତାଙ୍କର ମୃତଦେହ ଠାବ ହୋଇଥିଲା । ସୁନ୍ଦରପଦା ସ୍ଥିତ ଜାମୁକୋଳି ଠାରେ ଥିବା ଏକ ଘରୋଇ ନର୍ସିଂ କଲେଜରେ ସେ ପ୍ରଥମ ବର୍ଷ ଛାତ୍ରୀ ଥିଲେ । ମୃତ ଛାତ୍ରୀ ଜଣଙ୍କ ବଲାଙ୍ଗିର ଅଞ୍ଚଳର । ତେବେ ସେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଏୟାରଫିଲ୍ଡ ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Exit mobile version