Site icon ଆଜିକାଲି

ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗକୁ ସ୍କଚ୍ ଗୋଲ୍ଡ ଆୱାର୍ଡ

ଭୁବନେଶ୍ୱର – ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗକୁ ମିଳିଲା ଜାତୀୟ ସ୍ୱୀକୃତି। ବୈଶ୍ୱକ ଯୋଗାଯୋଗ ଓ ଅଭିବୃଦ୍ଧି ନିଶ୍ଚିତ କରିଥିବାରୁ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗକୁ ମିଳିଛି ସ୍କଚ୍ ଗୋଲ୍ଡ ପୁରସ୍କାର। ସୂଚନାଯୋଗ୍ୟ ଯେ, ବିଭାଗ ଭୁବନେଶ୍ୱରରୁ ଦୁବାଇ, ବ୍ୟାଙ୍କକ ଓ ସିଙ୍ଗାପୁରକୁ ସିଧାସଳଖ ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ କରିଥିଲା । ଏହି ପୁରସ୍କାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ଆନ୍ତର୍ଜାତିକ ଯୋଗାଯୋଗ ଓ ଅଭିବୃଦ୍ଧି ପାଇଁ ଓଡ଼ିଶାର ପ୍ରତିଶ୍ରୁତିବଦ୍ଧତାକୁ ପ୍ରମାଣ କରୁଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Exit mobile version