Site icon ଆଜିକାଲି

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୫ ଲୋକସଭା ଆସନରେ ୪୦ ଓ ୩୫ ବିଧାନସଭା ଆସନରେ ୨୬୫ ପ୍ରାର୍ଥୀ

ଭୁବନେଶ୍ୱର – ରାଜ୍ୟରେ ଚଳିତମାସ ୨୦ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ -ସିଇଓଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ତାଲିକା ଅନୁସାରେ ରାଜ୍ୟରେ ମେ’ ୨୦ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୫ଟି ଲୋକସଭା ଆସନରେ ୪୦ ଓ ୩୫ ବିଧାନସଭା ଆସନରେ ୨୬୫ ପ୍ରାର୍ଥୀ ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ କନ୍ଧମାଳ, ଆସ୍କା, ବରଗଡ଼, ବଲାଙ୍ଗୀର ଓ ସୁନ୍ଦରଗଡ଼ ଲୋକସଭା ଆସନ ଓ ୩୫ ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ୫ଟି ଲୋକସଭା ଆସନ ପାଇଁ ମୋଟ ୪୭ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଯାଞ୍ଚ ବେଳେ ୬ଟି ପ୍ରାର୍ଥିପତ୍ର ନାକଚ ହୋଇଯାଇଥିଲା । କନ୍ଧମାଳ ଲୋକସଭା ଆସନରୁ ଜଣେ ପ୍ରାର୍ଥୀ ଓହରି ଯିବା ପରେ ୫ ଲୋକସଭା ଆସନ ପାଇଁ ମୋଟ ୪୦ ଜଣ ପ୍ରାର୍ଥୀ ଏବେ ନିର୍ବାଚନୀ ମଇଦାନରେ ଅଛନ୍ତି।

୨୦ ତାରିଖରେ ମତଦାନ ହେବାକୁ ଥିବା ୩୫ଟି ବିଧାନସଭା ଆସନରେ ମୋଟ ବୈଧ ପ୍ରାର୍ଥୀଙ୍କ ସଂଖ୍ୟା ହେଉଛି ୨୬୫ । ଏସବୁ ଆସନରୁ ମୋଟ ୨୯୮ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଯାଞ୍ଚ ବେଳେ ୨୩ ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଥିଲା। ୧୦ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଥିବା ରୁ ମୋଟ ୨୬୫ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅଛନ୍ତି ।

Exit mobile version