Site icon ଆଜିକାଲି

ରୁଚିକା ଆତ୍ମହତ୍ୟା ଘଟଣାର ତଦନ୍ତ ସ୍ଥିତି ରିପୋର୍ଟ ଆଜି ସୁଦ୍ଧା ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଲେ ଉଚ୍ଚଶିକ୍ଷା ବିଭାଗ ସଚିବ

ଭୁବନେଶ୍ବର : ବହୁଚର୍ଚ୍ଚିତ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଆଜି ସୁଦ୍ଧା ବର୍ତ୍ତମାନର ଅନୁସନ୍ଧାନ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ।

ଏ ବର୍ଷ ଜୁଲାଇ ୨ ତାରିଖରେ ବିଜେବି କଲେଜର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ମହାନ୍ତି କାରୁବାକୀ ଛାତ୍ରୀନିବାସରେ ଆତ୍ମହତ୍ୟା କରିଥିଲେ। ତିନି ସିନିୟର ଛାତ୍ରୀ ମାନସିକ ନିର୍ଯାତନା ଦେବା କାରଣରୁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଥିଲେ ରୁଚିକା । ଏହାକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଥିଲା।

Exit mobile version