Site icon ଆଜିକାଲି

ଦେଓମାଳିରେ ୬୦ ଦିନ ଯାଏଁ ୧୪୪ ଧାରା ଲାଗୁ


କୋରାପୁଟ : ରାଜ୍ୟର ଉଚ୍ଚତମ ପର୍ବତ ଶୃଙ୍ଗ ଦେଓମାଳିରେ ରାତି ୯ରୁ ସକାଳ ୮ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିବାକୁ କୋରାପୁଟ ଜିଲ୍ଲାପାଳ ଅବଦଲ୍ ଏମ୍ ଅଖତର ଘୋଷଣା କରିଛନ୍ତି। ସୋମବାର ମଧ୍ୟରାତ୍ରୀରୁ ଏହା କାର୍ଯ୍ୟକାରୀ ହୋଇଛି । ଆଜିଠାରୁ ଦୁଇମାସ ଯାଏଁ ୧୪୪ ଧାରା ବଳବତ୍ତର ରହିବ । କିଛି ବାହାର ପର୍ଯ୍ୟଟକ ଓ ଅସାମାଜିକ ଲୋକ ଦେଓମାଳିରେ ରାତ୍ରୀଯାପନ କରିବା ଓ ବିଳମ୍ବିତ ରାତି ଯାଏ ସେଠାରେ ରହି ଓଡ଼ିଶା ସରକାର ତଥା ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଇଥିବା ଉନ୍ନୟନ କାର୍ଯ୍ୟ ଓ ସରକାରୀ ସମ୍ପତ୍ତିର କ୍ଷତି କରୁଥିବାରୁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

୧୪୪ ଧାରା ଆସନ୍ତା ୬୦ ଦିନ ଯାଏ ବଳବତ୍ତର ରହିବ । ତେବେ ଏହି ନିର୍ଦ୍ଦେଶ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍, ପୋଲିସ କିମ୍ବା ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନଙ୍କ ନିମନ୍ତେ ଦାୟିତ୍ୱ ସମ୍ପାଦନ ସମୟରେ ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଯଦି କୌଣସି ବ୍ୟକ୍ତି ଏହି ନିର୍ଦ୍ଦେଶ ଅମାନ୍ୟ କରନ୍ତି ତେବେ ତାଙ୍କ ନାମରେ ଅପରାଧିକ ମାମଲା ରୁଜୁ କରାଯିବାକୁ ଚେତାବନୀ ଦିଆଯାଇଛି ।

Exit mobile version