Site icon ଆଜିକାଲି

ଖଇରା ବଜାରରେ ଥିବା ଜବରଦଖଲ ଉଚ୍ଛେଦ ନେଇ ଦୁଇ ଦିନ ପାଇଁ ୧୪୪ ଧାରା ଜାରି

ଖଇରା : ଖଇରା ବଜାରରେ ଥିବା ଜବରଦଖଲ ଉଚ୍ଛେଦ ନେଇ ପ୍ରଶାସନ ପକ୍ଷରୁ କଟକଣା ଜାରି । ସୋମବାର ଓ ମଙ୍ଗଳବାର ଦୁଇଦିନ ପାଇଁ ବଜାରରେ ୧୪୪ ଧାରା ଜାରି କରାଯାଇଛି । ଏହି ସମୟରେ ସମସ୍ତଙ୍କୁ ପ୍ରଶାସନର ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ସଭାସମିତି ଓ ଏକତ୍ରିତ ହେବା ଉପରେ କଟକଣା ଲଗାଇଛି ପ୍ରଶାସନ । ଯଦି କେହି ଏହି ନିୟମର ବିରୋଧରେ ଯାଆନ୍ତି । ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ତାଗିଦ୍‌ କରାଯାଇଛି ।

Exit mobile version