Site icon ଆଜିକାଲି

ମାଙ୍କଡା ଖାଦନରେ ୧୪୪ ଧାରା ଲାଗୁ, ବେଆଇନ ବାଲି ଚାଲାଣ ବେଳେ ୫ ଟ୍ରାକ୍ଟର ଜବତ

ଚଣ୍ଡିଖୋଲ : ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନ ବାଲିକୁଦା ସ୍ଥିତ ବାଲିଘାଟରୁ ବେଆଇନ ଭାବେ ଚାଲିଥିବା ବାଲି ଚାଲାଣ ସମୟରେ ମାଡି ବସିଲା ତହସିଲ ପ୍ରଶାସନ । ସେହିପରି ଘଟଣାସ୍ଥଳରୁ ୫ଟି ଟ୍ରାକ୍ଟର ଜବତ କରାଯାଇଛି ।

ସୂଚନା ଯେ, ବାଲିକୁଦା ସ୍ଥିତ ବାଲିଘାଟରେ ୧୪୪ ଧାରା ଲାଗୁଥିବା ବେଳେ ସେଠାରୁ ପ୍ରତିଦିନ ପାଇଁ ବେଆଇନ ଭାବେ ବାଲି ଚାଲାଣ ହେଉଥିଲା । ଏ ନେଇ ବିଶେଷ ସୂତ୍ରରୁ ଖବର ପାଇ ଦର୍ପଣ ଅତିରିକ୍ତ ତହସିଲଦାର ଚଢ଼ାଉ କରି ୫ଟି ଟ୍ରାକ୍ଟର ଜବତ କରିଛନ୍ତି । ଅନ୍ୟପଟେ ବେଆଇନ ମାଙ୍କଡା ପଥର ଚୋରା ଚାଲାଣ ଉପରେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବଇରୀ ସ୍ଥିତ ଭାଲୁଖାଇ ଅଞ୍ଚଳରୁ ବେଆଇନ ଭାବେ ମାଙ୍କଡା ଚୋରା ଚାଲାଣ ହେଉଥିବା ବେଳେ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହେଉଥିବା ବେଳେ ଦର୍ପଣ ତହସିଲ ପ୍ରଶାସନ ପକ୍ଷରୁ ବେଆଇନ ମାଙ୍କଡା ଖାଦାନରେ ୧୪୪ ଧାରା ଲାଗୁ କରାଯାଇଛି ।

Exit mobile version