Site icon ଆଜିକାଲି

ବିପୁଳ ପରିମାଣର ଗଞ୍ଜେଇ ଜବତ

ବୌଦ୍ଧ : ବୌଦ୍ଧ ଜିଲା ଅବକାରୀ ବିଭାଗ ପକ୍ଷରୁ ୧୦୭ କେଜି ଗଞ୍ଜେଇ ସହିତ ଏକ ବୋଲେରୋ ଜବତ କରାଯାଇଛି । ତେବେ ଘଟଣା ସ୍ଥଳରୁ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛନ୍ତି ।

ସୂଚନା ଯେ, ଏକ୍ସସାଇଜ ଇନ୍ସପେକ୍ଟର ସାଗରୀକା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ବିଶ୍ଵସ୍ତ ସୂତ୍ରରୁ ଖବରପାଇ ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ବ୍ରାହ୍ମଣୀପାଳ ନିକଟ ଗ୍ରାମ୍ୟ ଜଙ୍ଗଲରେ ଚଢଉ କରିଥିଲା । ଏଠାରେ ଗଞ୍ଜେଇ ଚାଲାଣ ପାଇଁ ଏକ ଗାଡ଼ିରେ ଗଞ୍ଜେଇ ଭର୍ତି କରୁଥିବା ସମୟରେ ଚଢଉ ହୋଇଥିଲା । ଚଢ଼ଉ ବେଳେ ସେଠାରେ ଏକ ବୋଲେରୋରେ ଗଞ୍ଜେଇ ଭର୍ତି ହୋଇଥିବା ଦେଖିବାକୁ ପାଇଥିଲେ । ଏହାସହ ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଥିବା ବେଳେ ମାଫିଆମାନେ ସେଠାରୁ ଫେରାର ହେବାରେ ସଫଳ ହୋଇଥିଲେ । ବୋଲେରୋ ସମେତ ସେହି ଗାଡ଼ିରୁ ୧୦୭ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ତେବେ କିଛିଦିନ ହେଲା ବୌଦ୍ଧ ଜିଲ୍ଲାରେ ବିଭିନ୍ନ ସ୍ଥାନ ରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ହେଉଥିଲେ ହେଁ ସେଠାରୁ ମାଫିଆମାନେ ଫେରାର ହେଉଥିବା ପୋଲିସ ଓ ଅବକାରୀ ବିଭାଗ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Exit mobile version