Site icon ଆଜିକାଲି

ଆତ୍ମ ସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ ଉଦଯାପିତ

କେନ୍ଦୁଝର,୯ା୨:କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଏମ୍ କେ ଗାନ୍ଧୀ ଓ ସରକାରୀ ଧନ୍ଦାମୂଳକ ଶିକ୍ଷା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ଉଦେଶ୍ୟରେ ଆୟୋଜିତ ଆତ୍ମରକ୍ଷା ତାଲିମ ଶିଵିର କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।ଏହି ଅବସରରେ ଅଧ୍ୟକ୍ଷ ବସନ୍ତ କୁମାର ମହାନ୍ତ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଜେନ୍ଦ୍ର ନାରାୟଣ ସାହୁ ଯୋଗଦେଇ ଛାତ୍ରୀ ମାନଙ୍କ ଜୀବନରେ ଆତ୍ମ ସୁରକ୍ଷା ର ଆବଶ୍ୟକତା ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ।ସୁଚିତ୍ର ପଲିଆ ଆତ୍ମ ସୁରକ୍ଷା ସଂପର୍କିତ କଳା ଓ କୈାଶଳ ତାଲିମ ପ୍ରଦାନ କରିଥିଲେ।ପ୍ରୋଗ୍ରାମ କୋର୍ଡିନେଟର ସରୋଜ ମିଶ୍ର ସଭା ପରିଚାଳନା କରିଥିଲେ।ପରେ ପରେ ଛାତ୍ରୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା।ଶେଷରେ ପରମେଶ୍ବର ମହାନ୍ତ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।

Exit mobile version