Site icon ଆଜିକାଲି

ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ଦେହାନ୍ତ

କଟକ : ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ଦେହାନ୍ତ । ଦୀର୍ଘ ଦିନ ହେବ ସେ ଲିଭର ଜନିତ ରୋଗରେ ପୀଡିତ ଥିଲେ । ସେ ନିକଟରେ ଏକ ଘରୋଇ ହସ୍ପିଟାଲରୁ ଚିକତ୍ସିତ ହୋଇ ଘରକୁ ଫେରିଥିଲେ । ଗୁରୁବାର ଅପରାହ୍ନରେ କଟକ ସ୍ଥିତ ତଳତେଲେଙ୍ଗା ବଜାର ସ୍ଥିତ ନିଜ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ବର୍ଷ ବୟସ ହୋଇଥିଲା ।

ସେ କଂଗ୍ରେସ ଦଳରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ ଏହା ସହ ସାହିର ମୁରବୀ ଭାବେ ମଧ୍ୟ ଲୋକପ୍ରିୟ ଥିଲେ । ସ୍ବର୍ଗତ ଅଶୋକଙ୍କ ଶେଷ ଦର୍ଶନ କରିବା ପାଇଁ ତାଙ୍କ ବାସଭବନରେ ଅନେକ ବରିଷ୍ଠ ରାଜନେତା ଓ ସାହି ମୁରବୀ ମାନଙ୍କର ଭିଡ ଜମିଥିଲା ।

Exit mobile version