Site icon ଆଜିକାଲି

ଦୀପାବଳିରେ ଅଘଟଣ, ଅନେକ ଆହତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର : ଦୀପାବଳିରେ ଘଟିଛି ଅଘଟଣ । ଆଲୋକ ପର୍ବ ଦିନ ଅନେକ ଆହତ ହୋଇଛନ୍ତି । ଅଧିକାଂଶ ଆହତମାନେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି ।

ଖବର ଅନୁଯାୟୀ, ଦୀପାବଳି ଦିନ କିଛି ଲୋକ ଆହତ ହୋଇଥିଲେ । କିଛି ଗୁରୁତରଙ୍କୁ ରବିବାର ରାତିରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ କିଛିଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ କାହାର ହାତ ପୋଡ଼ି ଯାଇଥିଲା ତ କାହାର କାନ ମୁଣ୍ଡାରୁ ରକ୍ତ ଝରୁଥିଲା । କିଏ ନିଜ ଭୁଲ ପାଇଁ ଆହତ ହୋଇଥିଲା ତ ଆଉ କିଏ ଅନ୍ୟ ଭୁଲ ପାଇଁ ଆହତ ହୋଇ ହସ୍ପିଟାଲକୁ ଆସିଥିଲା । ତେବେ ବାଣ ଫୁଟା ଆହତ ଙ୍କ ଅପେକ୍ଷା ସଡ଼କ ଦୁର୍ଘଟଣାରେ ଅଧିକ ଲୋକ ଚିକିତ୍ସିତ ପାଇଁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ ।

Exit mobile version