Site icon ଆଜିକାଲି

ଯୌନ ନିର୍ଯାତନା ମାମଲା : ସୌରୀନ ଭଟ୍ଟଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ପୋଲିସର ପଦକ୍ଷେପ

ଭୁବନେଶ୍ୱର : ଯୌନ ନିର୍ଯାତନା ଅଭିଯୁକ୍ତ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଅଡୁଆ ବଢ଼ିବାରେ ଲାଗିଛି। ସୌରୀନଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିବାକୁ ପଦକ୍ଷେପ ଗ୍ରହଣ କରିଛି କମିଶନରେଟ ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ଜୋନ-୨ ଏଏସସିପି ଅମିତାଭ ମହାପାତ୍ର। କୋଲକାତାର ଦୁଇଟି ୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ଚିଠି ଲେଖାଯାଇଛି । ଗତକାଲି ସୌରିନଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି ହୋଇଥିଲା ।

ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଜଣେ ଓଡ଼ିଆ ଗାୟିକା ମହିଳା ଥାନାରେ ଏତଲା ଦେଇଛନ୍ତି। ପ୍ରଲୋଭନ ଦେଖାଇ ବିବାହ ପ୍ରତିଶ୍ରୁତି, ପ୍ରତାରଣା, ନିର୍ଯାତନା ଓ ଶୋଷଣ କରିବା ନେଇ ସୌରୀନଙ୍କ ବିରୋଧରେ ପୀଡ଼ିତା ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ହଡ଼ପ କରିସାରିଛନ୍ତି। ହାଇକୋର୍ଟ ଏହି ମାମଲାରେ ସୌରୀନଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।

Exit mobile version