Site icon ଆଜିକାଲି

କେନ୍ଦୁଝର ରେ ବଜରଙ୍ଗ ଦଳର ଶୌର୍ଯ୍ୟ ଜାଗରଣ ରଥକୁ ଭବ୍ୟ ସ୍ୱାଗତ

କେନ୍ଦୁଝର, ଆଜି ସନ୍ଧ୍ୟାରେ କେନ୍ଦୁଝର ସହର ରେ ବଜରଙ୍ଗ ଦଳର ଶୌର୍ଯ୍ୟ ଜାଗରଣ ରଥକୁ ଭବ୍ୟ ସ୍ୱାଗତ କଲେ ବିଭିନ୍ନ ସଙ୍ଗଠନ ର କର୍ମକର୍ତା ଓ ସହର ବାସୀ । ହିନ୍ଦୁମାନଙ୍କୁ ତାଙ୍କର ସଂସ୍କୃତି ଓ ସନାତନ ଧର୍ମ ର ଗୌରବ ମୟ ପରିଚୟ କୁ ମନେପକାଇବା ଉଦେଶ୍ୟରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ମିଳିତ ଉଦ୍ୟମ ଏବଂ ବିଭିନ୍ନ ସଙ୍ଗଠନ ର ସହଯୋଗ ରେ ଏହି ଶୌର୍ଯ୍ୟ ଜାଗରଣ ରଥ ଯାତ୍ରା ଅନୁଷ୍ଠିତ ହେଉଛି ବୋଲି ବିଶ୍ୱ ହିନ୍ଦୁ ପରିଷଦ ର ଜିଲ୍ଲା ସଭାପତି ତୁଷାରକାନ୍ତ ସସମନ୍ତ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ହିନ୍ଦୁ ଜାଗରଣ ସାମୁଖ୍ୟ ର ଦେବରାଜ ଆଚାର୍ଯ୍ୟ, ବରଦା ସାହୁ, କେଦାରନାଥ ଦାଶ, ସଦର ବିଧାୟକ ମୋହନ ଚରଣ ମାଝୀ, କେନ୍ଦୁଝର ନଗରପାଳ ନିକୁ ସାହୁ, କିରଣବାଳା ନାୟକ, ସୁବ୍ରତ ମହାନ୍ତି, କମଳାକାନ୍ତ ଦଶ, ପ୍ରକାଶ ଚନ୍ଦ୍ର ମଲ୍ଲିକ, କୁମାର ଦାଶ ଭଳି ବହୁ ନେତୃବର୍ଗ ଉପସ୍ଥିତ ଥିଲେ ।

FacebookTwitterLinkedinWhatsapp
Exit mobile version