Site icon ଆଜିକାଲି

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ

କରଞ୍ଜିଆ : ପର୍ଯ୍ୟଟକଙ୍କ ପାଇଁ ସେପ୍ଟେମ୍ୱର ୧୦ ତାରିଖ ଅର୍ଥାତ ଗୁରୁବାରରୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଯଶିପୁର କଳିକପ୍ରସାଦ୍ ଗେଟ୍ ଦେଇ ୩୫ ଟି ଓ ପିଠାବଟା ଗେଟ୍ ଦେଇ ଦୈନିକ ୨୫ ଟି ପର୍ଯ୍ୟଟକଙ୍କ ଗାଡ଼ିକୁ ପ୍ରବେଶ ପାଇଁ ଅନୁମତି ରହିଛି । ବନ୍ୟଜନ୍ତୁଙ୍କୁ ଦେଖି ଆନନ୍ଦ ଉଠାଇ ପାରିବେ ପର୍ଯ୍ୟଟକ । ତେବେ ଏଥିପାଇଁ ପୂର୍ବରୁ ବୁକିଙ୍ଗ କରିବାର ଆବଶ୍ୟକତା ରହିଛି ।

ତେବେ ଚଳିତ ବର୍ଷ ବନ୍ୟଜନ୍ତୁଙ୍କୁ ଦେଖିବାକୁ ଜଙ୍ଗଲ ସଫାରୀର ମଜା ନେଇ ପାରିବେ ପର୍ଯ୍ୟଟକ । ରାତ୍ରି ରହଣି ଓ ଜଙ୍ଗଲ ସଫାରୀ ପାଇଁ ପୂର୍ବରୁ www.odishaecoturisim.com ରେ ଲଗ୍‌ ଇନ୍ କରି ବୁକିଙ୍ଗ କରି ପାରିବେ ।

Exit mobile version