Site icon ଆଜିକାଲି

ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ନଭେମ୍ବର ୧ରୁ ଖୋଲିବ


ଭୁବନେଶ୍ୱର : ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ । ବନ୍ୟଜନ୍ତୁଙ୍କୁ ପାଖରେ ଦେଖିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇ ପାରିବେ ଦର୍ଶକ । ନଭେମ୍ବର ୧ ତାରିଖରୁ ଶିମିଳିପାଳ ଖୋଲିବା ନେଇ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ ସୂଚନା ଦେଇଛନ୍ତି । ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏ ଶିମିଳିପାଳ ଖୋଲା ରହିବ । ଶିମିଳିପାଳ ଯିବାକୁ ହେଲେ ଯଶିପୁର ଓ ବାରିପଦା ଦେଇ ଯିବାକୁ ପଡିବ । ଶିମିଳିପାଳ ଭିତରେ ଗୁଡିଗୁଡିଆ, କୁମାରୀ, ଜାମୁଆଣି ଓ ବରେଇପାଣିରେ ରାତ୍ରି ଯାପନ କରିବାର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ବରେଇପାଣି ଠାରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଶିମିଳିପାଳ ଭିତରେ ପଲିଥିନ୍ ବ୍ୟବହାର ଉପରେ କଟକଣା ଲଗାଯାଇଛି । ଶାଳପତ୍ର ଖୋଲି ଓ ଚଉପତି ନେବାକୁ ଯୋଜନା କରିଛନ୍ତି ଶିମିଳିପାଳ କର୍ତୃପକ୍ଷ ।

Exit mobile version