Site icon ଆଜିକାଲି

ଶିବରାତ୍ରି ଉପଲକ୍ଷେ ତିନି ଦିନ ଦୁଲୁକିବ ଘଡଘଡି ପାହାଡ଼,ବସିବ ମିନାବଜାର

କେନ୍ଦୁଝର, କେନ୍ଦୁଝର ଜିଲାର ପ୍ରସିଦ୍ଧ ଶୈବପୀଠ ନରଣପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘଡ଼ଘଡି ପାହାଡରେ ବିଦ୍ୟମାନ ବାବା କପିଳେଶ୍ୱର ମହାଦେବ ପୀଠରେ ଏଥର ତିନି ଧରି ଜାଗର ଯାତ୍ରା ଅନୁଷ୍ଠିତ ହେବ । ଦିନକୁ ଦିନ ବଢୁଥିବା ଭକ୍ତ ସମାଗମକୁ ଆଖି ଆଗରେ ରଖି ତଥା ଗତ ଦୁଇ ବର୍ଷ ହେବ ଜାଗର ଯାତ୍ରାରେ ବଢୁଥିବା ଭକ୍ତ ଗହଳିକୁ ଦେଖି କପିଳେଶ୍ୱର ସାଂସ୍କୃତିକ ପରିଷଦ ତରଫରୁ ଚଳିତ ବର୍ଷ ତିନି ଦିନ ଧରି ଶିବରାତ୍ରି ଓ ଜାଗର ଯାତ୍ରା କରିବା ପାଇଁ ସ୍ଥିର କରାଯାଇଛି। ମନ୍ଦିର କମିଟି ଅନୁମୋଦନ ପରେ ଏହି ବର୍ଷ ଆସନ୍ତା ମାର୍ଚ୍ଚ ୮ ତାରିଖରୁ ୧୦ ତାରିଖ ଯାଏ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ମନ୍ଦିର କମିଟି ତରଫରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରାଯାଇଛି। ପ୍ରଥମ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସୁନାମଧନ୍ୟ ମହିଳା ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ଅଷ୍ଟ ପ୍ରହରୀ ନାମ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମ କରାଯିବ। ଦିତୀୟ ଦିନ ଅପରାହ୍ନରେ ଭଜନ କାର୍ଯ୍ୟକ୍ରମ,କେନ୍ଦୁଝରର ଗୋଣ୍ଡ ଖଣ୍ଡା ନାଚ ସହିତ ପ୍ରସିଦ୍ଧ ଆଧ୍ୟାତ୍ମିକ ପ୍ରବଚକ ଜିତୁ ଦାଶ ଏହି ଅବସରରେ ଶିବ ମହିମା ଉପରେ ପ୍ରବଚନ ପ୍ରଦାନ କରିବେ। ତାସହିତ ବିଭିନ୍ନ ସ୍ଥାନୀୟ ସାଂସ୍କୃତିକ କ୍ଲବ ଦ୍ୱାରା ପାରମ୍ପରିକ ନୃତ୍ୟ ପରିବେଷଣ କରାଯିବ। ସେହିପରି ତୃତୀୟ ଦିନରେ ଭଜନ ସନ୍ଧ୍ୟା ସହ ଓଡିଶୀ ନୃତ୍ୟ ଓ ଝୁମର କଳାକାରଙ୍କ ଝୁମର ପରିବେଷଣ ହେବାର କାର୍ଯ୍ୟକ୍ରମ ରଖା ଯାଇଛି। ଲକ୍ଷାଧିକ ଲୋକଙ୍କ ସମାଗମ କୁ ଆଖି ଆଗରେ ରଖି ପ୍ରସାଦ ସେବନ ଓ ଆଇନି ଶୃଙ୍ଖଳା ବ୍ୟବସ୍ଥା ର ସୁପରିଚାଳନା ପ୍ରଶାସନର ସହଯୋଗ ପାଇଁ କମିଟିରେ ପ୍ରସ୍ତାବ ଗୃହୀତ ହୋଇଛି । ଏହା ସହ ସମଗ୍ର ଅଞ୍ଚଳକୁ ଆଲୋକମାଳାରେ ସଜା ସୁସଜ୍ଜିତ ଯିବାର ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସରରେ ତିନୀ ଦିନ ଧରି ମିନାବଜାର ପକାଯିବା ପାଇଁ ସମସ୍ତ ବ୍ୟବସ୍ଥା ଚୂଡାନ୍ତ ହୋଇଛି। ମନ୍ଦିର ପ୍ରଶାସନ ତରଫରୁ ବହୁ ସଂଖ୍ୟାରେ ଭକ୍ତ ସମାଗମ ପାଇଁ ସୁନ୍ଦର ବ୍ୟବସ୍ଥା ପାଇଁ ପ୍ରସ୍ତୁତ ରହିଥିବା ମନ୍ଦିର କମିଟି ସଭାପତି ବିଜୟ କୁମାର ମହାନ୍ତି କହିଛନ୍ତି।

Exit mobile version