Site icon ଆଜିକାଲି

ରାଜ୍ୟରେ ଗୁଳୁଗୁଳି ଜାରି : ସମ୍ବଲପୁରରେ ସର୍ବାଧିକ ୪୨ ଡିଗ୍ରୀ, ରାଜଧାନୀବାସୀ କଲବଲ

heatwave.

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ । ରାଜଧାନୀରେ ଆଜି ବି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିଛି । ସୋମବାର ଦିନ ୧୧ଟା ୩୦ମିନିଟ୍ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୧.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ସମ୍ବଲପୁରରେ ୪୨ ଡ଼ିଗ୍ରୀ, ଝାରସୁଗୁଡାରେ ୪୧.୮ ଡ଼ିଗ୍ରୀ, ହୀରାକୁଦରେ ୪୧.୨ ଡ଼ିଗ୍ରୀ, କେନ୍ଦୁଝରରେ ୩୮.୪ ଡ଼ିଗ୍ରୀ, ବାଲେଶ୍ୱରରେ ୩୭ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭ ଡ଼ିଗ୍ରୀ, ପୁରୀରେ ୩୬.୨ ଡ଼ିଗ୍ରୀ, ପାରାଦୀପରେ ୩୪.୪ ଡ଼ିଗ୍ରୀ ଏବଂ ଗୋପାଳପୁରରେ ୩୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେପଟେ ସୋମବାର ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୪୩% ଆଦ୍ରତା ରେକର୍ଡ କରାଯାଇଛି । ସେହିଭଳି ପାରାଦୀପରେ ୮୦%, ଗୋପାଳପୁରରେ ୭୦%, ପୁରୀରେ ୬୪%, ଚାନ୍ଦବାଲିରେ ୬୪%, ବାଲେଶ୍ୱରରେ ୬୧%, କେନ୍ଦୁଝରରେ ୩୫%, ହୀରାକୁଦରେ ୩୦%, ସମ୍ବଲପୁରରେ ୨୮% ଏବଂ ଝାରସୁଗୁଡାରେ ୨୬% ରେକର୍ଡ କରାଯାଇଛି ।

Exit mobile version