Site icon ଆଜିକାଲି

ବାଲେଶ୍ଵରରେ ଗୁଳିକାଣ୍ଡ, ଯୁବକ ଗୁରୁତର

ବାଲେଶ୍ଵର : ବାଲେଶ୍ଵର ସହରରେ ଫୁଟିଲା ଗୁଳି। ଆର୍ତ୍ତକବିରାଜ ରୋଡରେ ଶନିବାର ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଦୁଇ ସାଙ୍ଗଙ୍କ ମଧ୍ୟରେ ଥଟ୍ଟା ପରିହାସରୁ ଜଣେ ଅନ୍ୟ ଜଣଙ୍କ ଉପରକୁ ଗୁଳିମାଡ଼ ମାରିଥିଲା। ଏହି ଗୁଳି ଯୁବକଙ୍କ ଆଖିରେ ଗୁଳି ବାଜିଥିଲା। ଗୁରୁତର ଯୁବକ ହେଲେ କମଲ କୁମାର ଦାସ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ଵର ଜିଲା ମୁଖ୍ୟଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସୁଜଲ କୁମାର ଚୌଧୁରୀକୁ ମଧ୍ୟରାତ୍ରି ପ୍ରାୟ ୩ଟା୩୦ରେ ଗିରଫ କରିଛି । ତେବେ ଗୁଳିକାଣ୍ଡର କାରଣ ଏ ଯାଏଁ ସ୍ପଷ୍ଟ ହୋଇନି।

Exit mobile version