Site icon ଆଜିକାଲି

ଦୋକାନ ଉପରକୁ ବୋମାମାଡ଼, ଦୋକାନୀ ଆହତ

ଚଣ୍ଡିଖୋଲ : ଯାଜପୁର ଜିଲା ବୈରୀ ଥାନା ଅଧିନ ଚମ୍ପାପୁର ଠାରେ ଦୋକାନ ଉପରକୁ ବୋମାମାଡ଼ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଯେ, ଶନିବାର ବିଳମ୍ବିତ ରାତିରେ ଚମ୍ପାପୁର ଠାରେ ଥିବା ଗୋପାଳନାଥଙ୍କ ଭେରାଇଟି ଷ୍ଟୋର ଉପରକୁ ବୋମାମାଡ଼ ହୋଇଛି । ଦୁର୍ବୃତ୍ତମାନେ ବାଇକରେ ଆସି ଦୁଇଟି ବୋମା ଫିଙ୍ଗିଛନ୍ତି । ତେବେ ଏହି ବୋମାମାଡ଼ରେ ଦୋକାନୀ ଆହତ ହୋଇଛି । ସେପଟେ ବୋମାମାଡ଼ର ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇଛି । କେଉଁ କାରଣରୁ ବୋମାମାଡ଼ ହୋଇଛି । ସେନେଇ ଘଟଣାସ୍ଥଳରେ ବୈରୀ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Exit mobile version