Site icon ଆଜିକାଲି

ଶ୍ରଦ୍ଧା ହତ୍ୟା ମାମଲା: ଅଭିଯୁକ୍ତ ଆଫତାବକୁ ଆଉ ୪ ଦିନ ପୋଲିସ ରିମାଣ୍ଡ


ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ଦିଲ୍ଲୀର ଏକ କୋର୍ଟ ଅଭିଯୁକ୍ତ ଆଫତାବ୍ ପୁନାୱାଲାଙ୍କ ପୋଲିସ ରିମାଣ୍ଡ ଆଉ ୪ ଦିନ ବୃଦ୍ଧି କରିଛନ୍ତି । ପୋଲିସ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଫତାବକଙ୍କୁ ଆଜି କୋର୍ଟରେ ହାଜର କରିଥିଲା। ପୋଲିସ ଏହି ଘଟଣାର ତଦନ୍ତ ଜୋରଦାର କରିଛି। ଏହାଛଡ଼ା ଆଫତାବର ପଲିଗ୍ରାଫିକ୍ ଟେଷ୍ଟ କରିବା ପାଇଁ କୋର୍ଟରୁ ଅନୁମତି ପାଇଛି ପୋଲିସ |

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ଅଭିଯୁକ୍ତ ଆଫତାବ୍ ପୁନାୱାଲାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେ ଜଜଙ୍କୁ କହିଛନ୍ତି ଯେ ସେ ଉଦ୍ଦେଶ୍ୟ ମୂଳକ ଭାବେ ନୁହେଁ ବରଂ ରାଗରେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲେ । ତଦନ୍ତରେ ସେ ପୋଲିସ ସହ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ଆଫତାବ କୋର୍ଟଙ୍କୁ କହିଛନ୍ତି।

ଏହି ହତ୍ୟାକାଣ୍ଡରେ ବ୍ୟବହୃତ ହତିଆରକୁ ପୋଲିସ ଏପର୍ଯ୍ୟନ୍ତ ପାଇନାହିଁ। ଏପରିକି ଶ୍ରଦ୍ଧାଙ୍କ କଟାମୁଣ୍ଡ ମଧ୍ୟ ମିଳିନାହିଁ। କେବଳ ଅଳ୍ପ କିଛି ହାଡ ଏବଂ ଖପୁରୀର କିଛି ଅଂଶ ମିଳିଛି | ଏପରିକି ପୋଲିସ ଶ୍ରଦ୍ଧାଙ୍କ ପୋଷାକ ଓ ଫୋନ୍ ମଧ୍ୟ ଉଦ୍ଧାର କରିପାରି ନାହିଁ।

Exit mobile version