ମୁମ୍ଵାଇ : ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ଅଭିନେତା ଶ୍ରେୟସ୍ ତଲପଡେ । ୧୪ ଡିସେମ୍ବର ସନ୍ଧ୍ୟାରେ ଶ୍ରେୟାସଙ୍କର ହୃଦଘାତ ହେବା ପରେ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ୬ ଦିନ ପରେ ଅଭିନେତା ତାଙ୍କ ଘରକୁ ଯାଇଛନ୍ତି। ତାଙ୍କ ଅବସ୍ଥାକୁ ବିଚାର କରି ଆଞ୍ଜିଓପ୍ଲାଷ୍ଟି କରିବାକୁ ପଡିଲା।
ଏନେଇ ଅଭିନେତାଙ୍କ ପତ୍ନୀ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇ ଲେଖିଥିଲେ, ମୋ ଜୀବନ, ମୋର ଶ୍ରେୟସ୍ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରିବାକୁ ମୁଁ ସବୁବେଳେ ଶ୍ରେୟାସଙ୍କ ସହ ଯୁକ୍ତି କରୁଥିଲି, କାହା ଉପରେ ବିଶ୍ଵାସ କରିବି… କିନ୍ତୁ ଆଜି ମୋର ପ୍ରଶ୍ନର ଉତ୍ତର ପାଇଛି ଏବଂ ସେ ହେଉଛନ୍ତି ଭଗବାନ । ଯେତେବେଳେ ଏହି ଭୟଙ୍କର ଘଟଣା ଘଟିଲା ସେତେବେଳେ ସେ ମୋ ସହିତ ଥିଲେ । ମୁଁ ତାଙ୍କ ଅସ୍ତିତ୍ୱ ଉପରେ କେବେବି ପ୍ରଶ୍ନ କରିବି ନାହିଁ ସେ ଅଛନ୍ତି କି ନାହିଁ । ସେହି ସନ୍ଧ୍ୟାରେ ମୋତେ ସାହାଯ୍ୟ କରିଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ମୁଁ ଜଣେ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ମାଗିଲି ଏବଂ ୧୦ ହାତ ସାହାଯ୍ୟ କରିବାକୁ ଆସି ଯାଇଥିଲେ । ମୁଁ ମୋର ହୃଦୟରୁ ଆପଣଙ୍କୁ ଏବଂ ହସ୍ପିଟାଲର ଦଳକୁ ଧନ୍ୟବାଦ ଦେବି । ଯିଏ ତୁରନ୍ତ ପଦକ୍ଷେପ ନେଇ ମୋ ସ୍ୱାମୀଙ୍କୁ ରକ୍ଷା କରିଥିଲେ। ଏହା ହେଉଛି ଏହି ମହାନ ସହର ମୁମ୍ବାଇର ଆତ୍ମା । ଏହା ପରେ ଦୀପ୍ତି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ, ଯେଉଁମାନେ ଶ୍ରେୟାସଙ୍କ ପାଇଁ ଉଦ୍ବେଗ ପ୍ରକାଶ କରିଥିଲେ। ସେ ଲେଖିଛନ୍ତି-ଶ୍ରେୟାସଙ୍କ ସୁରକ୍ଷା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୋ ସହିତ ପ୍ରାର୍ଥନା କରିଥିବା ଅନେକ ଲୋକଙ୍କୁ, ତୁମର ପ୍ରେମ, ପ୍ରାର୍ଥନା ଏବଂ ଆଶୀର୍ବାଦ ଆମକୁ ଏହି କଷ୍ଟଦାୟକ ସମୟରୁ ବାହାର କରିଛି …ଧନ୍ୟବାଦ।