Site icon ଆଜିକାଲି

ଶ୍ରୀମନ୍ଦିର ପରିକ୍ରମା ଉତ୍ସବ : ପ୍ରତି ପଞ୍ଚାୟତରେ ବୁଲିବ ଜଗନ୍ନାଥ ରଥ, ଏଲଇଡ଼ି ସ୍କ୍ରିନରେ ହେବ ସିଧାପ୍ରସାରଣ

ଭୁବନେଶ୍ୱର : ଆସନ୍ତା ଜାନୁଆରି ୧୭ରେ ଲୋକାର୍ପଣ ହେବ ପୁରୀ ପରିକ୍ରମା ପ୍ରକଳ୍ପ। ଶ୍ରୀମନ୍ଦିର ପରିକ୍ରମା ଉତ୍ସବ ଉପଲକ୍ଷେ ପ୍ରତି ପଞ୍ଚାୟତରେ ବୁଲିବ ଜଗନ୍ନାଥ ରଥ । ପ୍ରତି ପଞ୍ଚାୟତରେ ଏଲଇଡ଼ି ସ୍କ୍ରିନରେ ସିଧାପ୍ରସାରଣ ହେବ । ପରିକ୍ରମା ଉତ୍ସବ ଉପଲକ୍ଷେ ପ୍ରତି ପଞ୍ଚାୟତରେ ବୁଲିବ ଜଗନ୍ନାଥ ରଥ । ଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ୧୫୬ କୋଟି ମଞ୍ଜୁର ହୋଇଛି। ପଞ୍ଚାୟତରୁ ବ୍ଲକ୍‌କୁ ନେଇ ସେଠାରୁ ଚାଉଳ ପୁରୀକୁ ପଠାଯିବ।

ପ୍ରତି ଘରୁ ଅରୁଆ ଚାଉଳ ସଂଗ୍ରହ କରି ପଞ୍ଚାୟତରେ ରଖାଯିବ। ସେହିପରି ଗ୍ରାମାଞ୍ଚଳରେ ଜଗନ୍ନାଥ ରଥ ଗଡ଼ିବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସୂଚନା ଦେଇଛନ୍ତି। ପଞ୍ଚାୟତ ସ୍ତରରେ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ପ୍ରଚାର କରାଯିବ।

ଆସନ୍ତା ଜାନୁଆରୀ ୧୭ରେ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହାତରେ ମାତ୍ର ଆଉ ଖୁବ୍ କମ୍ ଦିନ ଥିବାରୁ ତେବେ ଶ୍ରୀମନ୍ଦିର ଚାରିଦ୍ବାରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି। ଏଥିସହ ମନ୍ଦିର ଚାରିପଟରେ ଥିବା ମଠ ଓ ମନ୍ଦିର ଗୁଡ଼ିକର ପୁନଃରୁଦ୍ଧାର କାର୍ଯ୍ୟ, ଭକ୍ତଙ୍କ ପାଇଁ ଏସି ସେଡ୍ ପାଥ୍ ୱେ ସହ ଅଭ୍ୟର୍ଥନା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Exit mobile version