Site icon ଆଜିକାଲି

ଶ୍ରୀମନ୍ଦିର ବାରିକେଡରେ ଠେଲାପେଲା, ଅଣନିଃଶ୍ବାସୀ ହୋଇ ଦୁଇ ଆହତ

ପୁରୀ : କଟକ ବଡମ୍ବା ସିଂହନାଥ ପୀଠରେ ଭିଡ଼ ଯୋଗୁଁ ଦଳାଚକଟା ପରେ ଆଜି ଶ୍ରୀମନ୍ଦିର ପରିସରରେ ଠେଲାପେଲା ଘଟଣା ହୋଇଛି । ଏଥିରେ ଦୁଇ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଶ୍ରୀମନ୍ଦିର ବାରିକେଡରେ ଠେଲାପେଲାରେ ଅଣନିଃଶ୍ବାସୀ ହୋଇ ଜଣେ ଶିଶୁ ଏବଂ ଜଣେ ବୟସ୍କ ମହିଳା ଆହତ ହୋଇଛନ୍ତି। ଉଭୟଙ୍କୁ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଯେ, କିଛି ଦିନ ତଳେ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଠେଲାପେଲା ହୋଇଥିଲା । ଯାହାଫଳରେ କିଛି ଯାତ୍ରୀ ଆହତ ହୋଇଥିଲେ ।

Exit mobile version