Site icon ଆଜିକାଲି

ଆଜି ଲୋକର୍ପିତ ହେବ ଶ୍ରୀସେତୁ

ପୁରୀ : ଆଜି ଲୋକର୍ପିତ ହେବ ଓଡ଼ିଶାର ପ୍ରଥମ ଟ୍ରମ୍ପେଟ ବ୍ରିଜ୍ ବା ଶ୍ରୀ ସେତୁ । ପୁରୀ ଭଳି ଏହି ସେତୁ, ପୁରୀ ସହରର ଭିଡ଼କୁ କମାଇ ଦେବ । ଭକ୍ତ ଏହି ରାସ୍ତାଦେଇ ଆସି ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟରରେ ପାର୍କିଂ କରିପାରିବେ। ୧୬୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଟ୍ରମ୍ପେଟ୍ ବ୍ରିଜ୍ । ସେହିପରି ୨୩୦ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟର। ଏହି ୫ ମହଲା ବିଶିଷ୍ଠ ଅଭ୍ୟର୍ଥନା କେନ୍ଦ୍ରର ବେସ୍ ମେଣ୍ଟ, ପ୍ରଥମ , ତୃତୀୟ ଓ ଚତୁର୍ଥ ମହଲାରେ ପାର୍କିଂ ବ୍ୟବସ୍ଥା ହୋଇଛି। ଦ୍ବିତୀୟ ମହଲାରେ ସପିଂ କମ୍ପ୍ଲେକ୍ସ ଥିବା ବେଳେ ପଞ୍ଚମ ମହଲାରେ ରହିଛି ଧ୍ୟାନ କେନ୍ଦ୍ର ।

ସେପଟେ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ । ଭାବ ଓ ଭକ୍ତିରେ ଉଛୁଳୁଛି ଶ୍ରୀକ୍ଷେତ୍ର । ଚାରିଆଡ଼େ ଆଧ୍ୟାତ୍ମିକତାର ମହକ । ଅବର୍ଣ୍ଣନୀୟ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ବେଦ ପାଠରେ କମ୍ପୁଛି ଶ୍ରୀମନ୍ଦିର ଚାରି ଦ୍ବାର । ଯଜ୍ଞସ୍ଥଳରୁ ଭାସି ଆସୁଛି ବ୍ରାହ୍ଣଣଙ୍କ ମନ୍ତ୍ର ଉଚ୍ଚାରଣ। ଭଜନ କୀର୍ତ୍ତନରେ ଚଉଦିଗ କମ୍ପୁଛି । ଶ୍ରୀକ୍ଷେତ୍ର ମାଟିରୁ ବିଶ୍ବବାସୀଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ସାଢ଼େ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସୂର୍ଯ୍ୟ ପୂଜା, ଧରିତ୍ରୀ ପୂଜା, ଗୋ ପୂଜା, ଶାଲା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳ ପୂଜା, ହବନ, ଆରତୀ, ପୁଷ୍ପାଞ୍ଜଳି ପରେ ପ୍ରଦିକ୍ଷଣ ହେବ ।

Exit mobile version