Site icon ଆଜିକାଲି

ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ହେଲେ ସିଦ୍ଧାର୍ଥ ମହାନ୍ତି

ନୂଆଦିଲ୍ଲୀ : ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି। ୩ ମାସ ପାଇଁ ତାଙ୍କୁ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ କରାଯାଇଛି । ଆସନ୍ତା ମାର୍ଚ୍ଚ ୧୪ ତାରିଖରୁ ସେ ଦାୟିତ୍ୱ ଗ୍ରହଣ କରିବେ ।

ବର୍ତ୍ତମାନର ଏଲଆଇସି ଅଧ୍ୟକ୍ଷ ଏମଆର କୁମାରଙ୍କ କାର୍ଯ୍ୟକାଳରେ ବୃଦ୍ଧି କରାଯାଇ ନଥିବା ବୀମା କମ୍ପାନି ସ୍ପଷ୍ଟ କରିଛି । ସୂତ୍ର ଅନୁସାରେ ସିଦ୍ଧାର୍ଥ ମହାନ୍ତି ନିଜର ପୂର୍ବ ଦାୟିତ୍ୱ ସହ ଅନ୍ତରୀଣ ଅଧ୍ୟକ୍ଷ ପଦ ସମ୍ଭାଳିବେ । ଷ୍ଟକ ଏକ୍ସଚେଞ୍ଜକୁ ଶନିବାର ଏଲଆଇସି ଏହି ସୂଚନା ଦେଇଛି ।

Exit mobile version