Site icon ଆଜିକାଲି

ଆଜିଠୁ ରାଜ୍ୟରେ ତିନିଟି ସେସନ୍‌ରେ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ସବୁ ସରକାରୀ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେଉଛି । ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହୋଇଛି । ପ୍ରତିଦିନ ତିନିଟି ସେସନ୍‌ରେ (ସକାଳ ୧୦ଟାରୁ ୧୧ଟା ୩୦ ମଧ୍ୟରେ ପ୍ରଥମ, ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦ୍ୱିତୀୟ ଓ ଅପରାହ୍ନ ୩ଟାରୁ ୪ଟା ୩୦ ମଧ୍ୟରେ ତୃତୀୟ ) ପରୀକ୍ଷା ଅନୁଷ୍ଠିତ ହେବ । ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଲାଗି ଅତିରିକ୍ତ ୩୦ ମିନିଟ୍‌ ସମୟ ଦିଆଯିବ ।

ଏହିମାସ ୧୨ରୁ ୨୦ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ନିଜର ସ୍ନାତକ ମାର୍କ ଅପଲୋଡ୍‌ କରିବେ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଗଷ୍ଟ ୨୨ସୁଦ୍ଧା ଓକାକ୍‌ କର୍ତ୍ତୃପକ୍ଷଙ୍କୁ ପ୍ରବେଶିକା ପରୀକ୍ଷା ମା‌ର୍କ ହସ୍ତାନ୍ତର କରାଯିବ । ଅଗଷ୍ଟ ୨୫ ଅପରାହ୍ନ ୨ଟାରେ ରାଜ୍ୟସ୍ତରୀୟ ବିଷୟ ଭିତ୍ତିକ ମେଧା ତାଲିକା ପ୍ରକାଶ ପାଇବ ଏବଂ ୨୫ରୁ ୩୦ ତାରିଖ ମଧ୍ୟରେ ଯୋଗ୍ୟ ପ୍ରାର୍ଥୀମାନେ ଚଏସ୍‌ ଫିଲିଂ କରିପାରିବେ । ସେପ୍ଟେମ୍ବର ୫ରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍‌ ଆଲଟ୍‌ମେଣ୍ଟ ତାଲିକା ପ୍ରକାଶ କରାଯିବ । ୬ ଓ ୭ ତାରିଖରେ ଛାତ୍ରଛାତ୍ରୀ ସେମାନଙ୍କୁ ଆଲଟ୍‌ ହୋଇଥିବା ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ ।

Exit mobile version