Site icon ଆଜିକାଲି

ଆଜି ବସିବ କଳାଧନ ସଂପର୍କିତ ଏସ୍‌ଆଇଟି ବୈଠକ, ଯୋଗଦେବେ ବରିଷ୍ଠ ଅଧିକାରୀ

କଟକ : କଟକରେ ବସିବ ଏସ୍‌ଆଇଟି ବୈଠକ । କଳାଧନ ସଂପର୍କିତ ଏସଆଇଟି ବୈଠକ କଟକରେ ବସିବ । କଳାଧନ ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ କଟକ ସ୍ଥିତ ଜଷ୍ଟିସ୍‌ ଅରିଜିତ ପଶାୟତଙ୍କ ବାସଭବନରେ ବସିବ କଳାଧନ ସଂପର୍କିତ ଏସ୍‌ଆଇଟି ବୈଠକ । ଆଜିର ଏହି ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ, ଆୟକର ବିଭାଗ, ରେଭିନ୍ୟୁ ଇଣ୍ଟିଲେଜେନ୍ସି, ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ୍‌, ଭିଜିଲାନ୍ସ ବିଭାଗ, ଖଣି ବିଭାଗ, ବାଣିଜ୍ୟକର ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବାର ସୂଚନା ରହିଛି । ତେବେ ମଙ୍ଗଳବାର ବସିବାକୁ ଥିବା ବୈଠକରେ ଦେଶରେ କଳାଧନ କାରବାର ଉପରେ ଆଲୋଚନା କରାଯିବ ।

Exit mobile version