Site icon ଆଜିକାଲି

ମହା ଆଡମ୍ବରରେ ଶିବ ବିବାହ ସମ୍ପର୍ଣ୍ଣ

କେନ୍ଦୁଝର, ୨୪/୦୫
କେନ୍ଦୁଝର ଉପଖଣ୍ଡର ନରଣପୁର ରେ ଖୁବ ଆଡମ୍ବରରେ ଦେବାଧିଦେଵ ମହାଦେବଙ୍କ ଶିବ ବିବାହ ସମ୍ପର୍ଣ୍ଣ ହୋଇଛି। ଆଜି ସକାଳ ୧୧ଟା ସମୟରେ ବାବା ଶ୍ରୀ କପିଳେଶ୍ୱରଙ୍କ ମନ୍ଦିରରୁ ରୀତିନୀତି ଅନୁସାରେ ପୂଜାର୍ଚନା ପରେ ଶ୍ରୀ ଶ୍ରୀ ଦେବାଧିଦେଵଙ୍କର ଚଳନ୍ତି ପ୍ରତିମା ଖୁବ ଜାକଜମକରେ ଶୋଭାଯାତ୍ରା ଓ ପଟୁଆର ସହ ବର ବେଶରେ ସଜେଇ ହୋଇ ଦେବଦେବୀ, କିନ୍ନର, ଓ ବରାଯାତ୍ରୀଙ୍କ ସହ ଯାଇ ନରଣପୁର ଶିବ ମନ୍ଦିରରେ ପହଞ୍ଚି ଥିଲେ । ମନୋରଞ୍ଜନ ପାଢ଼ୀ ଦମ୍ପତ୍ତି ବର ପିତାମାତା ଓ ସାହେବ ମହାନ୍ତ ଦମ୍ପତ୍ତି କନ୍ୟା ପିତମାତା ହୋଇ ବୈଦିକ ରୀତିନୀତି ଅନୁସାରେ ବ୍ରାହ୍ମଣ ଦେବତାଙ୍କ ଦ୍ୱାରା ବିବାହ କାର୍ଯ୍ୟକୁ ସମ୍ପାଦନ କରା ଯାଇଥିଲା। ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ନରଣପୁରର ଆବାଳ ବୃଦ୍ଧ ବନିତାଙ୍କ ସହ କେନ୍ଦୁଝରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅନେକ ହିନ୍ଦୁ ଧର୍ମାବଲମ୍ବୀ ବ୍ୟକ୍ତି ଏହି ଦେବବିବାହରେ ଯୋଗ ଦେଇଥିଲେ । ହଜାର ହଜାର ଭକ୍ତଙ୍କ ପ୍ରସାଦ ବ୍ୟବସ୍ଥା ଶିବ ବିବାହ କମିଟି ତରଫରୁ କରାଯାଇଥିବା ବେଳେ , ଏହି ଦେବା ବିବାହ ସୁରୁଖୁରୁରେ ସମ୍ପର୍ଣ୍ଣ ହେବା ପାଇଁ ଅନେକ ସ୍ବେଛାସେବୀ ଦାୟିତ୍ୱ ବହନ କରିଥିଲେ। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ରାସ୍ତା ରେ ଦହି ପାଣି ଓ ସରବତ ବଣ୍ଟନ କରାଯାଇଥିଲା। ରାସ୍ତାରେ ଅତ୍ୟଧିକ ତାତି ରୁ ରକ୍ଷା ପାଇବା ପାଇଁ ଜଳ ସିଞ୍ଚନ ର ବ୍ୟବସ୍ଥା କରାଯାଇଥିଲା। ଆସନ୍ତାକାଲି ଗୁରୁବାର ଦେବଦମ୍ପତ୍ତି ନରଣପୁର ବାବା କପିଳେଶ୍ୱର ପିଠକୁ ପ୍ରତ୍ୟାଗମାନ କରିବେ ବୋଲି ଜଣାପଡିଛି।

Exit mobile version