Site icon ଆଜିକାଲି

ଦିବ୍ରୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରେ ଧୂଆଁ, ଛାନିଆ ହୋଇ ଓହ୍ଲାଇପଡିଲେ ଯାତ୍ରୀ

ବ୍ରହ୍ମପୁର : ଦିବ୍ରୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରେ ଧୂଆଁ । ଚକା ଜାମ୍‌ ଯୋଗୁଁ ଧୂଆଁ ବାହାରିଥିବା ସୂଚନା ମିଳିଛି । ବ୍ରହ୍ମପୁର ଷ୍ଟେସନ ନିକଟରେ ଧୂଆଁ ବାହାରିଛି । ଧୂଆଁ ବାହାରିବା ପରେ ଯାତ୍ରୀ ଛାନିଆଁ ହୋଇ ତଳକୁ ଓହ୍ଲାଇପଡିଛନ୍ତି । ତ୍ରୁଟି ମରାମତି ପରେ ଟ୍ରେନ ପୁଣି ଯାତ୍ରା ଆରମ୍ଭ କରିଛି ।

ନିକଟରେ ହାଓ୍ଵଡାରୁ ସିକନ୍ଦରାବାଦ ଯାଉଥିବା ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା । ଫାଲକନୁମା ଏକ୍ସପ୍ରେସ ହାଓ୍ଵଡାରୁ ସିକନ୍ଦରାବାଦକୁ ଯାଉଥିବା ବେଳେ ତେଲେଙ୍ଗାନା ନିକଟ ପାଗିଡିପାଲି-ବୋମାଇପାଲି ନିକଟରେ ଟ୍ରେନରେ ନିଆଁ ଲାଗିଯାଇଥିଲା । ଟ୍ରେନରେ ସର୍ଟ ସର୍କିଟ ଯୋଗୁଁ ୩ଟି ବଗିରେ ନିଆଁ ଲାଗିଥିଲା ।

Exit mobile version