Site icon ଆଜିକାଲି

ଜିଲ୍ଲା ବନବିଭାଗ ଓ ଡବ୍ଲୁ.ଟି.ଆଇ ର ମିଳିତ ସହଯୋଗରେ ସାପ ଧରା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କେନ୍ଦୁଝର, କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ସାପକାମୁଡ଼ାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ତାକୁ ରୋକ ଲଗାଇବା ସହିତ ସାପକୁ ସୁରକ୍ଷିତ ରଖିବା ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ବନବିଭାଗ। ଆଜି ପଦ୍ମପୁର ମେଗା ନର୍ସରିରେ ଜିଲ୍ଲା ବନବିଭାଗ ଓ ଡବ୍ଲୁ.ଟି.ଆଇ ର ମିଳିତ ସହଯୋଗରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୨ରୁ ଉର୍ଦ୍ଧ ପ୍ରଶିକ୍ଷାର୍ଥୀ ମାନଙ୍କୁ ସାପ ଧରା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସୁରକ୍ଷିତ ଭାବେ କିପରି ସାପକୁ ସାଧାରଣ ଜନବସ୍ତିରୁ ଧରିବାପରେ ଜଙ୍ଗଲରେ ଛାଡି ସାପଟିକୁ ସୁରକ୍ଷା ଦିଆଯାଇ ପାରିବ ସେଥିନିମନ୍ତେ ଡବ୍ଲୁ.ଟି.ଆଇ ର ପ୍ରଶିକ୍ଷକ ରୁଦ୍ରପ୍ରସଦ ମହାପାତ୍ର ଓ ଡ଼ଃ ଯାଦବ ବିଭିନ୍ନ ସୁରକ୍ଷିତ ଉପାୟ ଅନୁସରଣ କରିବା ପାଇଁ ପ୍ରଶିକ୍ଷଣ ଦେଇଥିଲେ । ପ୍ରଶିକ୍ଷଣ ପରେ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀ ମାନଙ୍କୁ ସୁରକ୍ଷିତ ଭାବେ ସାପ ଧରିବାପାଇଁ ଆନୁସାଙ୍ଗିକ ଉପକରଣ ମଧ୍ୟ ଯୋଗାଇ ଦିଆ ଯାଇଥିଲା । ସୂଚନା ଅନୁସାରେ ୨୦୨୧ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୧୭୬ଜଣ ଲୋକ ସାପ କାମୁଡ଼ାରେ ମରିଲେଣି । ଯାହାକି ଏକ ଉଦବେଗ ଜଣକ ପରିସ୍ଥିତି ଉପୁଜିଥିବା ବେଳେ ଜିଲ୍ଲା ବନ ବିଭାଗର ଏହି ପ୍ରଶିକ୍ଷଣ ଶିବିର ଜିଲ୍ଲାବାସୀଙ୍କୁ ଆସ୍ଵସ୍ଥ କାରୀ ହୋଇପାରେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଏଫଏସ ମହମ୍ମଦ ଅଜିଜ (ପ୍ରବେସନାରୀ), ଜିତେନ୍ଦ୍ର କୁମାର ବେହେରା (ଏସସିଏଫ), ଅଶୋକ କୁମାର ଦାସ (ଏସସିଏଫ),ପ୍ରଭାତ କୁଅଁର(ଏସସିଏଫ),ବିଜୟ କୁମାର ମହାନ୍ତ(ରେଞ୍ଜର,କେନ୍ଦୁଝର),ଅମୁଲ୍ୟ କୁମାର ସେନାପତି(ଡେପୁଟି ରେଞ୍ଜର,ପାଟଣା),ସିବାଜିମୋହନ ରାଓ(ରେଞ୍ଜର,ତେଲକୋଇ) ଉପସ୍ଥିତ ଥିବାବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ଫୋରେଷ୍ଟର ନଗେନ୍ଦ୍ର କୁମାର ଜେନା ଓ ଜ୍ୟୋତ୍ସ୍ନା ରାଣୀ ବେହେରା ସହଯୋଗ କରିଥିଲେ ।

Exit mobile version