Site icon ଆଜିକାଲି

ସୋଆ ଚାନ୍‌ସେଲର ଡ. ଡିପି ରାୟଙ୍କ ପରଲୋକ

ଭୁବନେଶ୍ୱର: ପରଲୋକରେ ସୋଆ ଚାନ୍‌ସେଲର ପ୍ରଫେସର ଡ. ଡିପି ରାୟ । ସମ୍‌ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରଫେସର ଦେବି ପ୍ରସାଦ ରାୟଙ୍କ ଦେହାନ୍ତ ହୋଇଛି । କିଛି ଦିନ ଧରି ଅସୁସ୍ଥ ଥିବାରୁ ସମ୍‌ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି । ସୋଆ ପ୍ରତିଷ୍ଠାତା ପ୍ରଫେସର ଡା. ମନୋଜ ରଞ୍ଜନ ନାୟକଙ୍କ ମୁଖ୍ୟ ପରାମର୍ଶଦାତା ସହିତ ସୋଆର କୁଳପତି ଭାବେ କାର୍ଯ୍ୟ କରୁଥିଲେ ।

ଖବର ଅନୁଯାୟୀ, ୧୯୭୧ ମସିହାରେ ବିଏସ୍‌ସି ଏଗ୍ରିଲକଲ୍‌ଚରରେ ସ୍ନାତକ ପାସ୍‌ କରିଥିଲେ । ପରେ ୧୯୮୧ କୋଲକାତା ବିଶ୍ୱବିଦ୍ୟାଳୟରରୁ ଏମ୍‌ସି ଏଗ୍ରିକଲଚରରେ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ । କୋଲକାତା ବିଶ୍ୱାବିଦ୍ୟାଳୟରେ ପ୍ରଥମେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ଓୟୁଏଟିର ଆସୋସିଏଟ୍‌ ପ୍ରଫେସର ଭାବେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିଥିଲେ । ୨୦୦୬ରୁ ୨୦୧୨ ପର୍ଯ୍ୟନ୍ତ ଓୟୁଏଟିର ଭାଇସ୍‌ ଚାନ୍‌ସେଲର ଭାବେ କାମ କରିତଇଲେ ।

Exit mobile version