Site icon ଆଜିକାଲି

ବାପ ଏବଂ ଝିଅ ର ଜୀବନ ରକ୍ଷକ ସାଜିଲେ ଦୁଇ ସମାଜସେବୀ

କେନ୍ଦୁଝର, କରଞ୍ଜିଆ ଅଞ୍ଚଳର ରସମତଳା ଗ୍ରାମରେ ପକ୍ଷ୍ୟାଘାତ ରେ ଆକ୍ରାନ୍ତ ପ୍ରାଣବନ୍ଧୁ ସେଠୀ (୬୧) ଓ ତାଙ୍କ ସହିତ ତାଙ୍କର ମାନସିକ ଅନଗ୍ରସର ଝିଅ ମାମାଲି ସେଠୀ ଜଣେ ଅବସର ପ୍ରାପ୍ତ ଶିକ୍ଷକ ରବୀନ୍ଦ୍ରନାଥ ମହାନ୍ତଙ୍କ ବାରଣ୍ଡା ରେ ଅତି ଶୋଚନୀୟ ଅବସ୍ଥାରେ ଆଶ୍ରୟ ନେଇଥିଲେ। ଖବର ଗଣମାଧ୍ୟମରେ ପ୍ରକାଶିତ ହେଲାପରେ ମଧ୍ୟ୍ୟ ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ କେନ୍ଦୁଝରର ବିଶିଷ୍ଟ ସମାଜସେବୀ ବିପ୍ଳବ ବ୍ରହ୍ମ (କୁନୁ ) ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂଗଠନ, କେନ୍ଦୁଝର ଶାଖା କୁ ଜଣାଇଥିଲେ। ଘଟଣାର ସତ୍ୟତା ଯାଞ୍ଚ କଲାପରେ ସମାଜସେବୀ ବିପ୍ଳବ ବ୍ରହ୍ମ ଏବଂ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷ୍ୟକ ଜିଲ୍ଲା ଯୁଗ୍ମ ସମ୍ପାଦକ ରାଜୀବ କୁମାର ସାହୁ ଗୁରୁବାର ଦିନ ସେହି ବାପ ଓ ଝିଅ କୁ କରଞ୍ଜିଆ ଅଂଚଳରୁ ଉଦ୍ଧାର କରି ଭିନ୍ନକ୍ଷମ ଝିଅକୁ ନରଣପୁର ସ୍ଥିତ ମାନସିକ ଅନାଗ୍ରସର ଆବାସିକ ବିଦ୍ୟାଳୟରେ ଏବଂ ବାପା ପ୍ରଣବନ୍ଧୁ ଙ୍କୁ କେନ୍ଦୁଝର ପୁରୁଣା ସହର ସ୍ଥିତ ବାସହୀନଙ୍କ ପାଇଁ ଆଶ୍ରୟ ସ୍ଥଳୀ ରେ ଭର୍ତି କରାଇ ଡାକ୍ତର ସୂର୍ଯ୍ୟନନ୍ଦନ ଆଚାର୍ଯ୍ୟଙ୍କ ନିକଟରେ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ଏହି ଦୁଇ ସମାଜସେବୀ ଙ୍କ ମହତପଣିଆ ପାଇଁ ଦୁଇଟି ଜୀବନ ହୋଇପାରିଛି। ଏଥିପାଇଁ ବୁଦ୍ଧିଜୀବୀ ମହଲରେ ଭୁରିଭୁରି ପ୍ରସଂଶା କରାଯାଉଛି।

Exit mobile version