Site icon ଆଜିକାଲି

ସଡକ ସୁରକ୍ଷାକର୍ମୀଙ୍କୁ ସଂମାନିତ କଲେ କେନ୍ଦୁଝର ର ଯୁବ ସାମାଜିକ କର୍ମୀ

କେନ୍ଦୁଝର, ରଜ ପରି ଭିନ୍ନ ପାରମ୍ପାରିକ ଉତ୍ସବ ତଥା ନିଜ ପାରିବାରିକ ସୁଖକୁ ପାସରି ସର୍ବଦା ପଥଚାରୀଙ୍କ ଜୀବନକୁ ବିପଦ ମୁକ୍ତ କରିବା ଯାହାଙ୍କ ସେବା ଥାଏ ସେମାନେ ହେଲେ ସଡ଼କ ସୁରକ୍ଷା କର୍ମୀ। ଧୂଳି ଧୂଆଁ କୁ ପାସରି ଦୈନିକ ରାଜରାସ୍ତାରେ ଠିଆ ହୋଇ ଜନତାଙ୍କୁ ସତ୍-ମାର୍ଗ ବତାଇ ଜୀବନ ରୂପକ ସମ୍ପଦର ରକ୍ଷକ ଯିଏ ସାଜିଥାନ୍ତି। ଗୋଟିଏଦିନ ସେହି ସଡକ ସୁରକ୍ଷାକର୍ମୀ ଙ୍କ ସେବାରେ କେନ୍ଦୁଝର ର ଯୁବସମାଜସେବୀ ଭାଇ ଓ ଭଉଣୀ ମାନେ। ପବିତ୍ର ରଜ ଉପଲକ୍ଷେ କେନ୍ଦୁଝର ଜିଲ୍ଲା ୧୩ନଂ ୱାର୍ଡ୍ ର କାଉନସିଲର ଶୁସ୍ରୀ କେକି କାକୋଳି କୁମୁରା ଙ୍କ ନେତୃତ୍ବ ରେ ଯୁବ ସମାଜସେବୀ ଶିବା ମୁଖୀ, ଅବିନାଶ ରାଉତ, ଜୟପ୍ରକାଶ ରାଉତ, ମୁନା କାଣ୍ଡି ପ୍ରମୁଖ ଙ୍କ ତତ୍ତ୍ବାବଧାନ ରେ ସହରର ଲାବଣ୍ୟଛକ, କଲେକ୍ଟ୍ରେଟ୍, ଗାନ୍ଧିଛକ ଓ ସିରାଜୁଦିନଛକ ସ୍ଥିତ ଟ୍ରାଫିକ ପୋଷ୍ଟ ନିକଟରେ ପହଞ୍ଚି, ପରିଚାଳନା କରୁଥିବା ଟ୍ରାଫିକ ପୋଲିସ୍ ଙ୍କୁ ସମ୍ମାନ ଜଣାଇ ତାଙ୍କୁ ଉପଡୌକନ ସହ ଏକ ପାଣି ବୋତଲ,ରଜପାନ, ଏକ ରୁମାଲ ଏବଂ ମୃଦୁପାନୀୟ ପ୍ରଦାନ କରିବା ସହ ତାଙ୍କୁ ସାଧୁବାଦ ଦେଇ ତାଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ।

Exit mobile version