Site icon ଆଜିକାଲି

ଟନେଲରେ ଧସିଲା ମାଟି : ୨ ଶ୍ରମିକ ମୃତ

କୋରାପୁଟ : କୋରାପୁଟ-ରାୟଗଡା ରେଳ ଲାଇନର ଦୋହରିକରଣ ଚାଲୁଥିବା ବେଳେ ଅଘଟଣ । କୁସୁମଗୁଡା ୨-ନମ୍ବର ଟନେଲ ଭିତରେ କାମ କରୁଥିବା ସମୟରେ ମାଟି ଧସି ଦୁଇଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଲକ୍ଷ୍ମୀପୁର ଥାନା ବୁର୍ଜା ଗ୍ରାମର ରବି ପ୍ରେପେକା ଓ ଆସାମ୍ ରାଜ୍ୟର ବରପେଟା ଜିଲ୍ଲା ମାଜଗାଁ ଗ୍ରାମର ଜୋହରୁଦିନ ।

କୁସୁମଗୁଡା ଗ୍ରାମ ପାଖରେ ଦୁଇ ନମ୍ବର ଟନେଲରେ ବୁଧବାର କାମ ଚାଲୁଥିବା ବେଳେ ଦୁଇଜଣ ଶ୍ରମିକ ଉପରେ ମାଟି ଧସି ପଡିଥିଲା । ଫଳରେ ସଙ୍ଗେ ସଙ୍ଗେ ଅନ୍ୟ ସହକର୍ମୀ ତାଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । କିନ୍ତୁ ଡାକ୍ତରଖାନାରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା ।

ଏନେଇ କାକିରିଗୁମା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନାଅଧିକାରୀ ଦାମୋଦର ବିହାରି କହିଛନ୍ତି । ବର୍ତ୍ତମାନ କେଆର୍ ରେଳ ଲାଇନ୍ ଦୋହରିକରଣ କାର୍ଯ୍ୟ ଚାଲୁଥିବା ବେଳେ ଏଠାକାର ଓ ବାହାର ରାଜ୍ୟର ଶତାଧିକ ଶ୍ରମିକ କାମ କରୁଛନ୍ତି ।

Exit mobile version