Site icon ଆଜିକାଲି

ଶ୍ୱଶୁର ଘର ଲୋକଙ୍କ ଆକ୍ରମଣରେ ଜ୍ୱାଇଁ ମୃତ, ୫ ଅଟକ

ବଲାଙ୍ଗିର : ବଲାଙ୍ଗିର ଜିଲା ଖପ୍ରାଖୋଲ ଥାନା ଚାବ୍ରିପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଶ୍ୱଶୁର ଘର ଲୋକଙ୍କ ଆକ୍ରମଣରେ ଜ୍ଵାଇଁର ମୃତ୍ୟୁ ହୋଇଛି ।

ସୂଚନା ଯେ, ଚାବ୍ରିପାଲି ଗ୍ରାମରେ ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ରାଜବାଟୀ ପଡାର ରୁଦ୍ର ମେହେର ବିବାହ କରିଥିଲେ । ତାଙ୍କର ଦୀର୍ଘ ଦିନ ହେବ ପାରିବାରିକ କଳହ ଲାଗି ରହିଥିଲା । ତେବେ ଗତକାଲି ରାତିରେ ରୁଦ୍ର ଓ ଶ୍ବଶୁର ଘର ଲୋକେ ଘରେ ଥିବା ସମୟରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇଥିଲା । ଉକ୍ତ ସମୟରେ ହାତାହାତି ହୋଇ ଜ୍ଵାଇଁର ମୃତ୍ୟୁ ହୋଇଥିଲା ।

ଅନ୍ୟପକ୍ଷରେ ଶ୍ବଶୁର ଘର ଲୋକେ ଏହି ଘଟଣାକୁ ଚପାଇ ଦେବାକୁ ଏକ ଭ୍ୟାନ୍‌ ଯୋଗେ ଜ୍ଵାଇଁର ମୃତଦେହକୁ ଜରି ବସ୍ତାରେ ଭର୍ତ୍ତି କରି କୌଣସି ସ୍ଥାନକୁ ଫିଙ୍ଗି ଦେବାକୁ ଉଦ୍ୟମ କରୁଥିଲେ । ତେବେ ଉକ୍ତ ଘଟଣା ବିଷୟରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ମୃତଦେହ ଜବତ କରିବା ସହ ଉଦ୍ଧବ ମେହେର ( ୫୫ ବର୍ଷ ) , ଅନିରୁଦ୍ଧ ମେହେର ( ୧୫ ବର୍ଷ ) , ସୁନିଲ କୁମାର ମେହେର ଓ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Exit mobile version