Site icon ଆଜିକାଲି

ଶ୍ୱଶୁରର ଟାଙ୍ଗିଆ ଚୋଟରେ ଜ୍ୱାଇଁର କଟିଲା ଗୋଡ

ବୌଦ୍ଧ: ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅର୍ନ୍ତଗତ ଆମ୍ବଝରୀ ଗ୍ରାମରେ ଶନିବାର ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶ୍ୱଶୁରର ଟାଙ୍ଗିଆ ଚୋଟରେ ଜ୍ୱାଇଁର ଗୋଡ କଟିବା ଭଳି ଏକ ଘଟଣା ଘଟିଯାଇଛି।

ମିଳିଥିବା ସୁଚନା ମୁତାବକ ସୋନପୁର ଜିଲ୍ଲା ଟିଟିଲିପାଲି ଗ୍ରାମର କୁଶଲେଶ୍ୱର ବିଭାର (୩୫) ବୌଦ୍ଧ ଥାନା ଆମ୍ବଝରୀ ଗ୍ରାମର ଭାଗିରଥି ଲୁହାଙ୍କ ଝିଅକୁ ୧୦/୧୨ ବର୍ଷ ହେବ ବିବାହ କରିଥିଲା। ଗତ ଶୁକ୍ରବାର ଦିନ କୁଶେଲେଶ୍ୱର ଶ୍ୱଶୁର ଘରକୁ ଆସି ପାରିବାରିକ କଳହରୁ ପାଟିତୁଣ୍ଡ କରି ଫେରିଯାଇଥିଲା। ପୁଣି ଶନିବାର ଦିନ କୁଶେଲେଶ୍ୱର ଶ୍ୱଶୁର ଘରକୁ ଆସି ଗଣ୍ଡୋଗୋଳ କରିଥିଲା। ଏନେଇ ଶ୍ୱଶୁର ଭାଗିରଥି ରାଗରେ ଜ୍ୱାଇଁର ଡାହାଣ ଗୋଡକୁ ଘର ଗୁହାଳରେ ଏକ କାଠ ଉପରେ ରଖି ଟାଙ୍ଗିଆ ଦ୍ୱାରା ହାଣି ଅଲଗା କରିଦେଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ବଘିଆପଡ଼ା ଫାଣ୍ଡି ପୁଲିସକୁ ଖବର ଦେବା ପରେ ପୁଲିସ ଆସି ଗୁରୁତର ଜ୍ୱାଇଁ କୁଶଲେଶ୍ୱରକୁ ବୌଦ୍ଧ ମେଡିକାଲକୁ ପଠାଇଥିଲେ। ତାଙ୍କର ଅବସ୍ଥା ଗୁରୁତର ଦେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଛି। ଏନେଇ ବୌଦ୍ଧ ଥାନାରେ ଏକ ମାମଲା ରୁଜୁ ହେବା ସହ ଶଶୁର ଭାଗିରଥିକୁ ଥାନାରେ ଅଟକ ରଖାଯାଇଥିବା ଜଣାପଡ଼ିଛି।

Exit mobile version